ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଭୋପାଳ: ଦେଶରେ ପ୍ରଥମ କରି ଜଣେ ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଅନେକ ବ୍ୟକ୍ତି ଏବଂ ଦଳୀୟ ମନ୍ତ୍ରୀ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆସିଥିବାରୁ ଏହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଛି। ଅନ୍ୟପଟେ ଶିବରାଜ ମଧ୍ୟ ନିଜର ପରୀକ୍ଷା ରିପୋର୍ଟ ସମ୍ପର୍କରେ ଟ୍ବିଟ୍‌ ଜରିଆରେ ସୂଚନା ଦେବା ସହିତ ତାହା ପଜିଟିଭ୍‌ ଥିବା କହିଛନ୍ତି। ଏହା ସହିତ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.

13 + 5 =