ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୧୦୦ତମ ‘ମନ କୀ ବାତ’ କାର୍ଯ୍ୟକ୍ରମରେ କହିଛନ୍ତି ଯେ ମୋ ପାଇଁ ମନ୍ କୀ ବାତ୍ ଆସ୍ଥା, ପୂଜା ଓ ବ୍ରତ ସଦୃଶ ହୋଇଛି । ରେଡିଓ ଓ ଦୂରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୦ତମ ‘ମନ୍ କୀ ବାତ୍’ କହିଛନ୍ତି ଯେ ୧୦୦ତମ ଏପିସୋଡରେ ଆପଣମାନଙ୍କଠାରୁ ଶୁଭେଚ୍ଛା ପାଇଛି । ଆପଣମାନଙ୍କଠାରୁ ଲକ୍ଷାଧିକ ଚିଠି ପାଇଛି, ମୋତେ ଏହା ଅଭିଭୂତ କରିଛି । ‘ମନ୍ କୀ ବାତ୍’ରେ କୋଟି କୋଟି ଲୋକ ଯୋଡ଼ି ହୋଇଛନ୍ତି । ‘ମନ୍ କୀ ବାତ୍’ ମୋ ଭାବନା ଓ କର୍ତ୍ତବ୍ୟ ସହ ଯୋଡ଼ି ହୋଇ ରହିଛି’ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ମନ୍ କୀ ବାତ୍’ ଜନ ଆନେ୍ଦାଳନରେ ପରିଣତ ହୋଇଛି । କୋଟି କୋଟି ଲୋକଙ୍କ ସହ ଯୋଡ଼ି ହୋଇ ରହିବା ମୋର ଉଦେଶ୍ୟ ରହିଥିଲା । ମୁଁ ଆପଣମାନଙ୍କଠାରୁ ଦୂରରେ ନୁହେଁ ନିକଟରେ ରହିଛି । ଦେଶର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ମୁଁ ପ୍ରେରଣା ପାଇଛି । ‘ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ । ‘ମନ୍ କୀ ବାତ୍’ ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ‘ମନ୍ କୀ ବାତ୍’ ମୋ ମନର ଆଧ୍ୟାତ୍ମିକ ଯାତ୍ରା । ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଅନେକ ଥର ମୋତେ ଅତି ଭାବୁକ କରିଛି’ । ଆମେ ଅନ୍ୟମାନଙ୍କ ଗୁଣକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗରିବ ପିଲାଙ୍କ ଶିକ୍ଷା ପାଇଁ ଅଭିଯାନ ଚଳାଇଥିବା ଓଡ଼ିଶାର କଟକ ସହରର ଚା ବିକ୍ରେତା ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ କଥା ସ୍ମରଣ କରିଛନ୍ତି । ସେହିପରି, ଝାଡ଼ଖଣ୍ଡ ଗାଁଗଣ୍ଡାରେ ‘ଡିଜିଟାଲ୍ ପାଠାଗାର’ ଚଳାଉଥିବା ସଞ୍ଜୟ କଶ୍ୟପ ହୁଅନ୍ତୁ, କୋଭିଡ୍ ସମୟରେ ଇ-ଲର୍ଣ୍ଣିଙ୍ଗ୍ ଜରିଆରେ ଅନେକ ପିଲାଙ୍କୁ ସାହାଯ୍ୟ କରିଥିବା ହେମଲତା କେ.ଏନ୍. ହୁଅନ୍ତୁ, ‘ମନ୍ କୀ ବାତ୍’ରେ ଆମେ ଏମିତି ଅନେକ ଶିକ୍ଷକଙ୍କ ଦୃଷ୍ଟାନ୍ତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୪ ଅକ୍ଟୋବର ୩ରୁ ଆରମ୍ଭ ହୋଇଥିଲା ପ୍ରଥମ ମନକୀ ବାତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକିଆ ରେଡ଼ିଓ ବାର୍ତ୍ତା ଆଜି ଲୋକପ୍ରିୟତା ଶୀର୍ଷରେ । ବିଦେଶରେ ମଧ୍ୟ ଦେଖିଲେ ଲକ୍ଷ ଲକ୍ଷ ଲୋକ ଦେଶପ୍ରେମୀ । ଦେଶର ୪ ଲକ୍ଷ କେନ୍ଦ୍ରରେ ପ୍ରସାରିତ ହୋଇଛି । ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରଣ । ନ୍ୟୁୟର୍କସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ମଧ୍ୟ ମନକୀ ବାତ ପ୍ରସାରିତ ହୋଇଛି ।