ମହଙ୍ଗା ପଡିଲା ଫେସବୁକ୍ରୁ ପ୍ରେମ


ବୁର୍ଲା: ପ୍ରଥମେ ଫେସବୁକରୁ ଚାଟିଂ କରି ପ୍ରେମ ନିବେଦନ ପରେ ପ୍ରେମ ପଡି ଯୁବକ ଯୁବତୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫୋନରେ କଥା ବର୍ତା ପରେ ଭିଡିଓ କଲିଂରେ କଥା ବାର୍ତା ହୋଇଥିଲା । ଏହି ଭିଡିଓ କଲିଙ୍ଗ ସମୟରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତର କିଛି ଫଟୋ ସ୍କ୍ରିନ ସଟ ମାରି ନିଜ ମୋବାଇଲରେ ସେଭ କରି ପୁରୁଷ ବନ୍ଧୁ ଯୁବକ ଜଣକ ରଖି ଦେଇଥିଲେ । ତେବେ ବ୍ରେକ୍ଅପ ପରେ ଉକ୍ତ ଫଟୋ ଗୁଡ଼ିକୁ ଭାଇରାଲ କରିବା ପାଇଁ ଧମକ ଦେବା ଯୁବକ ଜଣକ ଆରମ୍ଭ କରିଥିଲେ । ଯୁବତୀ ଜଣକ ବୁର୍ଲା ଥାନାର ଦ୍ୱାରସ୍ତ ହୋଇଥିଲେ । ତେବେ ଯୁବତୀଙ୍କ ଅଭିଯୋଗକୁ ଭିତି କରି ସୋନପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମର ଉକ୍ତ ଯୁବକ ବା ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ବୁର୍ଲା ପୋଲିସ ଗତକାଲି ଉଠାଇ ଆଣି ଥାନାରେ ପଚରା ଉଚୁରା କରୁଥିବା ଜଣାପଡିଛି । ମିଳିଥିବା ସୂଚନା ମତେ ବୁର୍ଲା ସହରର ଜଣେ ଯୁବତୀଙ୍କ ସହିତ ସୋନପୁର ଜିଲ୍ଲାର ଜଣେ କଲେଜ ବଢ଼ୁଆ ଯୁବକଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଉଭୟେ ପ୍ରଥମେ ଫେସବୁକରୁ ପରିଚିତ ହୋଇ ଆରମ୍ଭ କରିଥିଲେ କଥା ବାର୍ତା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହୋଇ ଥିଲା । ଉଭୟ ଫୋନରେ ଭିଡିଓ ଓ କଲିଙ୍ଗ କରି କଥା ବାର୍ତା ମଧ୍ୟ ଚାଲିଥିଲା । ବାରମ୍ବାର ଭିଡିଓ କଲିଂରେ କଥାବାର୍ତା ବେଳେ ଯୁବତୀଙ୍କ କିଛି ଅନ୍ତରଙ୍ଗ ମୁହୁର୍ତର ଫଟୋ ଯୁବକ ଜଣକ ନିଜ ଫୋନରେ ସେଭ କରି ରଖିଥିଲେ । ତେବେ ଧିରେ ଧିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ରହିଥିବା ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଯାଇଥିଲା । ଏହାପରେ ଯୁବକ ଜଣକ ଯବତୀଙ୍କୁ ଉକ୍ତ ଅଶ୍ଲୀଳ ଫଟୋ ଦେଖାଇ ବ୍ଲାକମେଲିଙ୍ଗ କରିବା ଆରମ୍ଭ କରିଦେଇଥିଲେ । ତେବେ ଯୁବତୀ ଜଣକ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ଥାନାର ଦ୍ୱାରସ୍ତ ହୋଇଥିଲେ । ତେବେ ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ଉଭୟ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବୁର୍ଲା ଥାନା ସୁତ୍ରରୁ ପ୍ରକାଶ ପାଇଛି ।

Leave A Reply

Your email address will not be published.

five × 5 =