ମହାରାଷ୍ଟ୍ରରରେ ବିଷାକ୍ତ ଗ୍ୟାସ୍ ଲିକ୍ : ଲୋକେ ଆତଙ୍କିତ

ମୁମ୍ବାଇ: ମହାରାଷ୍ଟ୍ରର ବଦଲାପୁରସ୍ଥିତ ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍ ଗତରାତିରେ ଲିକ୍ ହେବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ତେବେ ଏଥିରେ ବହୁ ଲୋକ ଅସୁସ୍ଥ ହୋଇ ପଡିଥିଲା ବେଳେ କୌଣସି ମୃତ୍ୟୁ ରିପୋର୍ଟ ମିଳିନାହିଁ । ଶିରଗାଓଁ ଏମ୍‌ଆଇଡିସିରେ ଅବସ୍ଥିତ ‘ନୋବେଲ୍ ଇଣ୍ଟରମିଡିଏଟ୍ ପ୍ରାଇଭେଟ୍ ଲିମିଟେଡ୍‌’ ନାମକ ଏହି କାରଖାନା ଠାରୁ ତିନି କିଲୋମିଟର୍ ବ୍ୟାସାର୍ଦ୍ଧବ୍ୟାପୀ ବସବାସ କରୁଥିବା କେତେକ ଲୋକ ନିଶ୍ୱାସପ୍ରଶ୍ୱାସ ଏବଂ ଆଖି ପୋଡ଼ାଜନିତ କଷ୍ଟ ହୋଇଥିବା ଅଭିଯୋଗ କରିଥିଲେ ।
ଗୁରୁବାର ରାତି ପ୍ରାୟ ୧୦.୨୨ରେ ଅଘଟଣ ଘଟିଥିବା ଏବଂ ଘଣ୍ଟାକ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିବା କଥା ଥାନେ ମ୍ୟୁନିସ୍‌ପାଲ୍ କର୍ପୋରେସନ୍ କହିଛି । ଗଣମାଧ୍ୟମ ସୂଚନା ଅନୁସାରେ, ଗୁରୁବାର ରାତି ୧୦.୨୨ରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ଗୋଟାଏ କାରଖାନାରୁ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଥିଲା । ସମ୍ପୃକ୍ତ ଅଞ୍ଚଳବାସୀ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିବା କହିଛନ୍ତି । ରାତି ୧୧.୨୪ରେ ଅଗ୍ନିଶମବାହିନୀ ଗ୍ୟାସ୍ ଲିକ୍ ବନ୍ଦ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କେହି ଆହତ ହୋଇ ନାହାନ୍ତି । ମାତ୍ରାଧିକ ଉତ୍ତାପ ଯୋଗୁଁ ରାସାୟନିକ ପ୍ରତିକ୍ରିୟା ସଂଘଠିତ ହୋଇ ଗ୍ୟାସ୍ ଲିକ୍ ହୋଇଥିବା କଥା ମହାନଗର ନିଗମ କହିଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଳ୍ପ କେତେଜଣ ବ୍ୟକ୍ତିଙ୍କୁ ଆଖପାଖ ଅଞ୍ଚଳର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସାମାନ୍ୟ ଚିକିତ୍ସା କରାଯିବା ପରେ ଛାଡ଼ିଦିଆଯାଇଛି ।

Leave A Reply

Your email address will not be published.

two × one =