ମାନହାନି ମାମଲାରେ ରାହୁଲଙ୍କୁ ଦୁଇ ବର୍ଷ ଜେଲ ପରେ ବେଲ୍

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି । ଏହାପରେ ରାହୁଲଙ୍କୁ ଅବଶ୍ୟ ଜାମିନ ମିଳିଛି । ଜେଲ୍ ଦଣ୍ଡାଦେଶ ପରେ ରାହୁଲ ଟୁଇଟ୍ ଯୋଗେ କହିଛନ୍ତି, ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ । ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ହାସଲ କରିବାର ମାଧ୍ୟମ ।
୨୦୧୯ ଲୋକ ସଭା ନିର୍ବାଚନ ବେଳେ କର୍ନାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ରାହୁଲ ମୋଦି ସରନେମ ବା ଉପନାମକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସବୁ ‘ମୋଦି’ ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ । ଏହାକୁ ନେଇ ଭାଜପା ବିଧାୟକ ତଥା ତତ୍କାଳୀନ ପୂର୍ଣ୍ଣେସ୍ ମୋଦି କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଆଇପିସିର ଧାରା ୪୯୯, ୫୦୦ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅପରାଧ ପଞ୍ଜିକୃତ ହୋଇଥିଲା ।
ଏହି ମାମଲାରେ ସୁରତ ଜିଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ରାହୁଲ ଗାନ୍ଧୀ କୋର୍ଟରେ କହିଛନ୍ତି ଯେ, ମୋର ବିବୃତ୍ତିରେ କାହାରି କିଛି କ୍ଷତି ହୋଇ ନାହିଁ । ଦଣ୍ଡ ହ୍ରାସ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି । ଏହି ମାମଲାରେ ସେ ତୃତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ । ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚ ଏଚ ବର୍ମାଙ୍କ କୋର୍ଟ ଗତ ସପ୍ତାହରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି କରି ମାର୍ଚ୍ଚ ୨୩ କୁ ରାୟ ଘୋଷଣା ତାରିଖ ଭାବରେ ସ୍ଥିର କରିଥିଲେ ।

Leave A Reply

Your email address will not be published.

18 + 11 =