ମାଲକାନଗିରି ତୁଳସୀ ପାହାଡ଼ରୁ ମାଓ ଡମ୍ପ ଠାବ

ମାଲକାନଗିରି : ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ମାଓପ୍ରବଣ ତୁଲସୀ ପାହାଡ଼ରେ କୁମ୍ବିଂ ଅପରେସନ ସମୟରେ ମାଓବାଦୀଙ୍କ ପକ୍ଷରୁ ପୂର୍ବରୁ ଲୁଚାଇ ରଖିଥିବା ବହୁ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ପୋଲିସ ହାତରେ ଲାଗିଛି। ତେବେ ମାଲକାନଗିରି ଏସପି ନୀତେଶ ୱଦବାନିଙ୍କ ନେତୃତ୍ବରେ ଏସ.ଓ.ଜି ଓ ଡିଭିଏଫ ଯବାନ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ତୁଳସୀ ପାହାଡ଼ ଅଞ୍ଚଳଟି ଛତିଶଗଡ଼ ସୀମାବର୍ତି ହୋଇଥିବା କାରଣରୁ ବହୁ ସମୟରେ ମାଓବାଦୀମାନେ ବିଭିନ୍ନ ବଡ଼ ବଡ଼ ମାଓ ହିଂସାକାଣ୍ଡ ଘଟାଇବାରେ ସକ୍ଷମ ହୋଇଥାନ୍ତି। ତେବେ ଯବାନଙ୍କ ଗତିପଥକୁ ଟାର୍ଗେଟ କରି ମାଓବାଦୀମାନେ ବଡ଼ ଧରଣର ଯୋଜନା କରିଥିଲେ। ତେବେ ମାଓବାଦୀଙ୍କ ଯୋଜନା ପଣ୍ଡ କରିବା ସହିତ ଯବାନ ପକ୍ଷରୁ ସମସ୍ତ ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି। ଯେଉଁଥିରେ ୬ଟି ଲ୍ୟାଣ୍ଡ ମାଇନ୍, ୧୫୦ଟି ଜିଲୋଟିନ୍ ଷ୍ଟିକ୍ ଦେଶୀ ବନ୍ଧୁକ ସହ ବହୁ ମାଓ ବିସ୍ଫୋରକ ସାମଗ୍ରୀ ରହିଛି। ଛତିଶଗଡ ସୀମାନ୍ତ ମାଲକାନଗରୀ ଜିଲ୍ଲା ମାଥିଲି ପୋଲିସ ଷ୍ଟେସନ ଅଧିନସ୍ଥ ରହିଛି ତୁଳସୀ ପାହାଡ଼।ମାଓବାଦୀ ମାନେ କୋୖଣସି ବଡ଼ ଧରଣର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ, ପାହାଡରେ ଲୁଚାଇ ରଖିଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟପଟେ ଛତିଶଗଡରେ ନିର୍ବାଚନ ଚାଲିଥିବା ବେଳେ ମାଓବାଦୀମାନେ କିଛି ହିଂସା ଘଟାଇବାକୁ ଯୋଜନା କରୁଥିଲା । ତେବେ ମାଲକାନଗରୀ ପୋଲିସ ତଥା ଯବାନମାନେ ମାଓବାଦୀଙ୍କ ଯୋଜନାକୁ ସମ୍ପୂର୍ଣ୍ଣ ଭାବରେ ଗୋଟେ ପ୍ରକାର ପଣ୍ଡ କରିଛନ୍ତି।

Leave A Reply

Your email address will not be published.

15 − 11 =