ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକଟ

କଲକାତା: ସ୍ବତନ୍ତ୍ର ଭାବେ ଦଳରେ ମିଶିଲେ ଏବଂ ପଶ୍ଚିମବଙ୍ଗ ମତଦାତା ତାଲିକାରେ ନିଜର ନାମ ପଞ୍ଜୀକରଣ କଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିଜକୁ ‘କୋବ୍ରା’ ବୋଲି ଦର୍ଶାଇ ‘ଥରେ ଦଂଶନ କଲେ ବ୍ୟକ୍ତି ଫଟୋ ହୋଇଯିବ’ ବୋଲି ବାହୁସ୍ଫୋଟ ମାରିଲେ। ଏହା ସତ୍ତ୍ବେ ତାଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ଟିକଟ ମିଳିଲା ନାହିଁ। ଏହା ହେଉଛି ବଲିଉଡର ପୂର୍ବତନ ତାରକା ମିଥୁନ୍ ଚକ୍ରବର୍ତ୍ତୀଙ୍କ କଥା। ସେ ବାରମ୍ବାର ଦଳବଦଳ କରି ଗତ ମାସରେ ବିଜେପିରେ ଯୋଗଦେବା ସହ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଦେଖିଥିଲେ।

ମଙ୍ଗଳବାର ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ବିଜେପିର ୧୩ ଜଣିଆ ପ୍ରାର୍ଥି ତାଲିକାରେ ତାଙ୍କ ନାମ ନ ଥିବାରୁ ତାଙ୍କ ସବୁ ସ୍ବପ୍ନ ମଉଳି ଯାଇଛି। ପଶ୍ଚିମବଙ୍ଗର ରାସବିହାରୀ ଆସନରୁ ସେ ପ୍ରତିଦ୍ବନ୍ଦ୍ବିତା କରିବା ଆଲୋଚନା ହେଉଥିଲା; କିନ୍ତୁ ସେଠାରୁ ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରତ ଶାହାଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏହାଛଡା କାଶୀପୁର-ବେଲଗଛିଆ ଉପରେ ସେ ନଜର ରଖିଥିଲେ ମଧ୍ୟ ସେଠାରୁ ଶିବାଜୀ ସିହ୍ନା ରାୟଙ୍କୁ ପ୍ରାର୍ଥୀ କରାଯାଇଛି। ଏ ସମ୍ପର୍କରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

Leave A Reply

Your email address will not be published.

1 + 9 =