ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ମୁମ୍ବାଇ- କରୋନା ମହାମାରୀ ପାଇଁ ଏବେ ସମସ୍ତେ ମାସ୍କ ପିନ୍ଧିା ଜରୁରୀ ହୋଇପଡିଛି । ଯିଏ ନ ପିନ୍ଧିବେ ସିଏ ଧରାପଡିଲେ ଜୋରିମନା ଗଣିବେ । ଏବେ ଲୋକମାନେ ରୁମାଲ ଭଳି ମାସ୍କକୁ ମଧ୍ୟ ବ୍ୟବହର କରୁଛନ୍ତି । ସେହିଭଳି ବଜାରରେ ଭଳିକି ଭଳି ମାସ୍କକୁ ମଧ୍ୟ ବ୍ୟହାର କରୁଛନ୍ତି ଲୋକେ । ଯାହାର ଦାମ୍ ୧୦ ଟଙ୍କାରୁ ଆରମ୍ଭ ହେଉଛି । କିଛି କପଡାରେ ତିଆରି ତ ଆଉ କିଛି କପଡା ସହିତ ଅନ୍ୟାନ୍ୟ ଜିନିଷ ମିଶି ତିଆରି ହେଉଛି । ଏବେ କିନ୍ତୁ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିପଂରୀ ଚିଂଚୱାଡୀ ନିବାସୀ ଶଙ୍କର କୁରାରେ ଏକ ମାସ୍କ କିଣି ପିନ୍ଧିଛନ୍ତି ଯାହାର ଦାମ୍ ୨.୮୯ ଲକ୍ଷ । ଏହା ସୁନାରେ ତିଆରି ହୋଇଛି । ଶଙ୍କର କହିଛନ୍ତି ଏହା ଏକ ପତଳା ମାସ୍କ । ଏଥିରେ ଅନେକ ଛୋଟ ଛୋଟ କଣା ରହିଛି । ତେଣୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେଉନାହିଁ । ତେବେ ଏହା କରୋନା ମୁକାବିଲା ପାଇଁ କେତେ ସହାୟକ ହେବ ତାହା ସେ ଜାଣି ନଥିବା କହିଛନ୍ତି ।

Leave A Reply

Your email address will not be published.

seventeen − four =