କରୋନା ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି


ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧୦ ଜଣଙ୍କ ଜବୀନ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜମାରୁ ୫, ସୁନ୍ଦରଗଡରୁ ୨, କଟକ, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବାବେଳ କରେନାରେ ଏମାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜମାରେ ମୃତ୍ୟୁ ସଂଖ୍ୟା ୧୭୯ରେ ପଂହଚିଥିବା ବେଳେ ସୁନ୍ଦରଗଡରେ ଏହି ସଂଖ୍ୟା ୨୮ରେ ପଂହଚିଛି । ସେହିପରି କଟକରେ ୨୫, ନୟାଗଡ ୧୨, ଓ ରାୟଗଡାରେ ୨୧ ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯ରେ ପଂହଚିଛି ।

Leave A Reply

Your email address will not be published.

14 + 14 =