ଭୁବନେଶ୍ୱର- ବନ୍ୟା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ୬ ଜଣୀୟା କେନ୍ଦ୍ରୀୟ ଟିମ ଯାଜପୁର ଓ ପୁରୀ ଗ୍ରସ୍ତ କରିଛନ୍ତି । ବନ୍ୟାରେ କ୍ଷୟକ୍ଷତି ହୋଇଥିବା ଚାଷ ଜମି, ଘର, ରାସ୍ତା ଘାଟ ଆଦିର ସ୍ଥିତି ଆକାଳନ କରିବେ । ପରେ ସେମାନେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ । ସଂନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରପିଠୀଙ୍କ ବୈଠକରେ ଯୋଗ ଦେବେ । ବନ୍ୟାରେ ଯାହା ସବୁ କ୍ଷତି ଗ୍ରସ୍ତ ହୋଇଛି ତାହା ଉପରେ ତଥ୍ୟଦେବେ । ଗତକାଲି ଅନ୍ତଃ ମନ୍ତ୍ରାଳୟ ଟିମର ଦୁଇ ଜଣ ସଦସ୍ୟ ୨ ଦିନ ପାଇଁ ଓଡିଶା ଗ୍ରସ୍ତରେ ଆସିଛନ୍ତି । ସେମାନେ ଗତକାଲି ବନ୍ୟା କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଜିଲ୍ଲା ଓ ଏହାର ୪ଟି ବ୍ଳକ ବୁଲି ସ୍ଥତି ପରକ୍ଷୀ ଥିଲେ ।