ଭୁବନେଶ୍ୱର : ଯୁକ୍ତ୨ ଖାତା ମୂଲ୍ୟାୟନ ନେଇ ଏବେବି ସମସ୍ୟା ଲାଗିରହିଛି । କରୋନା ସଂକ୍ରମଣ ରୋକିବା ଲାଗି ଅର୍ଧାଧିକ ଜିଳ୍ଲାରେ ସଟଡାଉନ, ଲକଡାଉନ ଆଦି କରାଯାଉଛି, ଯେଉଁଥିପାଇଁ ଅଧ୍ୟାପକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁ ନାହାନ୍ତି । ଦିନେ ଦିନେ ଖାତା ଦେଖା ସମ୍ପୁର୍ଣ୍ଣରୁପେ ବନ୍ଦ ରହୁଛି । ଆଉଦିନେ ଦିନେ ୫୦% ମୂଲ୍ୟାୟନ କାରୀ ବି ଖାତା ଦେଖାରେ ସାମିଲ ହୋଇପାରୁନାହାନ୍ତି । ଦେଢମାସ ହେଲା ଖାତା ଦେଖା ଚାଲଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହେଉନାହିଁ । ତେଣୁ ଛାତ୍ରଛାତ୍ରୀ ଚିନ୍ତାରେ କେବେ ସରିବ ଖାତା ଦେଖା? ଏଥର ସାଢେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମ୍ୟାଟି୍ରକ ପରୀକ୍ଷା ଦେଇଛନ୍ତି । କରୋନା ସମୟରେ ଏଭଳି ଚିନ୍ତାରେ ଦିନ କାଟୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଖାତା ମୂଲ୍ୟାୟନ ବିଳମ୍ବ କଥା ସ୍ୱୀକାର କରିଛନ୍ତି । ଗଣମାଧ୍ୟମକୁ ସୁଚନା ଦେଇ ଶ୍ରୀ ଦାଶ କହିଛନ୍ତି ଯେ, ଯୁକ୍ତ୨ ଖାତା ମୂଲ୍ୟାୟନ ନେଇ ସମସ୍ୟା ରହୁଛି । ମୂଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିବାକୁ । ଠିକ ଭାବେ କିଭଳି ମୂଲ୍ୟାୟନ ହୋଇପାରିବ ସେ ଜିଳ୍ଲାପାଳଙ୍କୁ ଅବଗତ କରାଇବେ । ଶିକ୍ଷକମାନେ କିଭଳି ବିନା କଟକଣାରେ ମୂଲ୍ୟାୟନରେ ସାମିଲ ହୋଇପାରିବେ ସେନେଇ ଆବଶ୍ୟକୀୟ ସୁବିଧା କରିବେ । ଖାତା ମୂଲ୍ୟାୟନ ସାମାନ୍ୟ ଳବିଳମ୍ବ ହେଉଥିବାରୁ ଜୁଲାଇରେ ଫଳ ପ୍ରକାଶ କରିବକୁ ଯୋଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଆଉ କିଛି ଦିନ ବିଳମ୍ବ ହୋଇପାରେ । ତେବେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ନଜରରେ ରଖି ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୁଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶଙ୍କ ଏଭଳି ମନ୍ତବ୍ୟ ପରେ ସ୍ପଷ୍ଟ ହୋଇଛିଯେ, ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରାଂଙ୍କ ପରୀକ୍ଷା ଫଳ ଜୁଲାଇରେ ପ୍ରକାଶ ପାଇବ ନାହିଁ । ଫଳ ପ୍ରକାଶ ପାଇଗଲା ବେଳକୁ ଅଗଷ୍ଟ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ହୋଇଯିବ । ସିବିଏସଇ, ସିଆଇଏସଇ ବୋର୍ଡ ଦ୍ୱାରା ପରିଚାଳିତ ବବିଦ୍ୟାଳୟ ଗୁଡିକର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଦେ (ସିଏଚଏସଇ)ଅଧିନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ଚସେମାନଙ୍କ ଅଭିଭାବକ ଚିନ୍ତାରେ ପଡିଛନ୍ତି । ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇଲେ ଜାତୀୟସ୍ତରରେ ହେଛଥିବା ପ୍ରବେଶିକା ପରୀକ୍ଷରେ ସେମାନେ ଭାଗ ନେଇପାରିବେ ନାହିଁ । ବିଶେଷ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ଉଭୟ ଅନଲାଇନ ଓ ଅଫଲାଇନରେ ପ୍ରାୟ ୨୨ଲକ୍ଷ ଉତର ଖାତା ମୂଲ୍ୟାୟନ ଚାଲିଛି । ଏବେ ସୁଦ୍ଧା ସେଥିମଧ୍ୟରୁ ୧୪ ଲକ୍ଷ ଖାତା ମୂଲ୍ୟାୟନ ସରିଛି । ଅନ୍ୟ ପକ୍ଷରେ ମନ୍ତ୍ରୀ ଶ୍ରୀ ଦାଶ ଆହୁରି ସୁଚନା ଦେଇଛନ୍ତି ଯେ, ମ୍ୟାଟ୍ରିକ ଖାତା ଦେଖା ଶେଷ ହୋଇଛି । ଏବେ ଟାବୁଲେସନ କାର୍ଯ୍ୟ ଚାଲିଛି । ଜୁଲାଇ ୩୧ ସୁଦ୍ଧ ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖଯାଇଛି ।