ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରର ୯ ଟି ହସ୍ପିଟାଲରେ ହେବ କରୋନା ଟେଷ୍ଟ । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଲୋକେ ସହାରାଚଂଳର ଏହି ୯ ଟି ମେଡିକାଲକୁ ଯାଇ କରୋନା ଟେଷ୍ଟ କରିପାରିବେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ହେଉଛି ନିଳାନ୍ଦ୍ରୀ ବିହାର, ୟୁନିଟ୍-୩, ପୋଖରୀପୁଟ୍, ୟୁନିଟ-୮, ସହିଦନଗର, ପଟିଆ, ଡୁମଡୁମା ଏବଂ ୟୁନିଟ୍-୪ ୟୁପିଏଚସିରେ ରାପିଡ ଆଂଟିଜେନ ଟେଷ୍ଟ କରାଯିବ । ସକାଳ ୮ରୁ ଅପରାହ୍ନ ୨ଟା ମଧ୍ୟରେ ଲୋକେ ଟେଷ୍ଟ କରିପାରିବେ । ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ତେଣୁ ଏହା ଉପରେ ନିୟନ୍ତ୍ରଣ କରିବା ପାଇଁ କୋଭିଡ ଟେଷ୍ଟ ପ୍ରକ୍ରିୟାକୁ ଅଧିକ ସମ୍ପ୍ରସାରିତ କରିବା ପାଇଁ ଯୋଜନା ରହିଛି ।