ଭୁବନେଶ୍ୱର- ରାଜ୍ୟରେ ଆଜି କରୋନାରେ ୧୪ ଜଣଙ୍କ ଜୀବନ ଯାଇଛି । ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକ ୧୪ଜଣଙ୍କ ମଧ୍ୟରୁ ବାଲେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ହୋଇଥିବା ବେଳେ ବରଗଡ, ଯାଜପୁର, ପୁରୀ ଓ ସୁନ୍ଦରଗଡରେ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୭୦କୁ ବୃଦ୍ଧି ପାଇଛି । ସେହପିରି କଟକରେ ମୃତ୍ୟୁ ସଂକ୍ୟା ୧୧ରେ ପଂହଚିଥିବା ବେଳେ ବରଗଡରେ ଏହି ସଂଖ୍ୟା ୯, କଟକ ୩୦, ଜଗତସିଂହପୁର ୪, ଯାଜପୁର ୫, ଖୋର୍ଦ୍ଧା ୬୧, ମାଲକାନଗିରି ଓ ପୁରୀରେ ୧୨ ଲେଖାଏଁ ଓ ସୁନ୍ଦରଗଡରେ ୩୪ରେ ପଂହଚିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୮୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ।