ରାଜ୍ୟରେ କରୋନା ନେଲା ଆଉ ୧୩ ମୁଣ୍ଡ


ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ କରୋନା ନେଇଛି ୧୩ ଜୀବନ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୬, ଖୋର୍ଦ୍ଧା, ବାଲେଶ୍ୱର, ଭୁବନେଶ୍ୱର, ବରଗଡ ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । କୋଭିଡ ହସ୍ପିଟାଲ ଚିକିତ୍ସିତ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

four × 3 =