ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ୨, ରାୟଗଡା, ବଲାଙ୍ଗିର, ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୫୫ ବର୍ଷୀୟ ମହିଳା, ସେହିପରି ଖୋର୍ଦ୍ଧାର ୨ ମୃତକ ଭୁବନେଶ୍ୱରର ୬୫ ଓ ୫୬ ବର୍ଷୀୟ ପୁରୁଷ । ରାୟଗଡାର ୬୦ ବର୍ଷୀୟ, ବଲାଙ୍ଗିର ୪୦, ଭଦ୍ରକ ୬୨ ବର୍ଷୀୟ ପୁରୁଷ ରହିଛନ୍ତି । ପୂର୍ବରୁ ଏମାନେ ବିିଭନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଛି ।