ରାଜ୍ୟରେ ନୂଆ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି। ବିଶେଷ କରି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୬୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଆକ୍ରାନ୍ତ ୨୬୫ ଓ ସଙ୍ଗରୋଧ କେନ୍ଦ୍ରରୁ ୩୭୩ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଛି। ୩,୦୪,୯୦୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭,୩୬୦ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ରାଜ୍ୟର ୩୦ ଜିଲା ଓ ଷ୍ଟେଟ ପୁଲରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୪୦, ବାଲେଶ୍ୱର ୨୧, ବରଗଡ଼ ୨୭, ଭଦ୍ରକ ୭, ବଲାଙ୍ଗୀର ୨୩, ବୌଦ୍ଧ ୪, କଟକ ୩୯, ଦେଓଗଡ଼ ୫, ଢେଙ୍କାନାଳ ୧୧, ଗଞ୍ଜାମ ୮, ଜଗତସିଂହପୁର ୫୦, ଯାଜପୁର ୨୯, ଝାରସୁଗୁଡ଼ା ୨୩, କଳାହାଣ୍ଡି ୨୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୩୩, କେନ୍ଦୁଝର ୩୧, କୋରାପୁଟ ୯, ମାଲକାନଗିରି ୪, ମୟୁରଭଞ୍ଜ ୬୫, ନବରଙ୍ଗପୁର ୧୩, ନୟାଗଡ଼ ୫, ନୂଆପଡ଼ା ୪, ପୁରୀ ୯, ରାୟଗଡ଼ା ୧, ସମ୍ବଲପୁର ୨୩, ସୋନପୁର ୧, ସୁନ୍ଦରଗଡ ୪୬, ଷ୍ଟେଟ ପୁଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

fifteen − fifteen =