ଭୁବନେଶ୍ୱର- ରଜ୍ୟରେ ବସ୍ ସେବା ସ୍ୱାଭାବିକ ହେଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମାନାଭ ବେହେରା କରହିଛନ୍ତି । ଆଜିଠାରୁ ଅନଲକ-୪ ଆରମ୍ଭ ହୋଇଛି । ଅନଲକ-୪ରେ ରାଜ୍ୟ ଭିତରେ ଓ ବାହାରେ ବସ ଯାତ୍ରା ଓ ମାଲ ପରିବହନ ପାଇଁ କୌଣସି କଟକଣା ରହିବ ନାହିଁ । ଏସବୁ ପାଇଁ ମଧ୍ୟ ସ୍ୱତନ୍ତ୍ର ଇ-ପାସ ଆବଶ୍ୟକ ପଡିବ ନାହିଁ । ତେଣୁ ବସ୍ରେ ଯାତ୍ରା ସମୟରେ କେଉଁ ନିୟମ ପାଳନ କରିବେ ସେଥିପାଇଁ ରାଜ୍ୟସରକାର ଗାଇଡଲାଇନ ଜାରି କରିଛନ୍ତି । ବସ୍ରେ କୋଭିଡ ନିୟମ ମାନବା ସହ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସିଟର କ୍ଷମତା ଠାରୁ ଅଧିକ ଯାତ୍ରୀ ଯାଇପାରିବେନି । ରାଜ୍ୟରେ କଟକଣା କୋହଳ ହେବା ସହ ବସ ମାଲିକଙ୍କ ଟିକସ ଛାଡ ଦାବି ପୂରଣ ହେଇଥିବାରୁ ବସ୍ ସେବା ସ୍ୱାଭବିକ ହେବ ବୋଲି ପଦ୍ମନାଭ ବେହେରା କହିଛନ୍ତି । ମହାମାରୀ କରୋନା ପାଇଁ ଦୀର୍ଘ ୫ମାସରୁ ଉଦ୍ଧ୍ୱର୍ ରାଜ୍ୟରେ ବସ୍ଚଳାଚଳ ବନ୍ଦ ରହିଥିଲା । ଯେତିକି ବସ ଚାଲୁଥିଲା କାଁଭାଁ ଲୋକ ହୋଉଥିଲେ । ଫଳରେ ବସ୍ ମାଲିକ ଓ ଅନ୍ୟ କର୍ମଚାରୀ କ୍ଷତି ସହୁଥିଲେ ।