ଭୁବନେଶ୍ୱର- ଆଜି ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଥିବାବେଳେ ଭୁବନେଶ୍ୱରକଟକ,ଯାଜପୁର,ମାଲକାନଗିରି, ନବରଙ୍ଗପୁର, ପୁରୀ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ପୀଡିତ ଥିଲେ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୮୯ରେ ପଂହଚିଥିବା ବେଳେ କଟକରେ ୩୧, ଯାଜପୁର ୬, ଖୋର୍ଦ୍ଧା ୬୨, ମାଲକାନଗିରି ୭, ନବରଙ୍ଗପୁର ୨, ପୁରୀ ୧୩, ରାୟଗଡା ୨୩ ଓ ସୁନ୍ଦରଗଡ ୩୫ ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୨ରେ ପଂହଚିଛି ।