ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୁଣ୍ଡ ନେଉଛି ଏହି କିଲର ଭାଇରସ । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ଆଉ ୧୬ ଜଣ କରୋନାରେ ଆଖି ବୁଜିଛନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡରରୁ ସର୍ବାଧିକ ୫ ଜଣ ଅଛନ୍ତି । ସେହିପରି ପୁରୀରୁ ୪ ଜଣ, ଭୁବନେଶ୍ୱରରୁ ୩, ଅନୁଗୁଳରୁ ୨, ଢ଼େଙ୍କାନାଳ, କଳାହାଣ୍ଡି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ଏଯାବତ୍ ରାଜ୍ୟରେ ସମୁଦାୟ ୩,୧୬୬୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୮୧୦୨ ସୁସ୍ଥ ହୋଇସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୬୭୮୬ ଆକ୍ଟିଭ କେସ୍ ରହିଛି ।