କଟକ- ରାଜ୍ୟର ୨୫ ଜିଲ୍ଲାରେ ଆଉ ୬୫ ନୂଆ ଜେଏମଏମଫସି କୋର୍ଟ ଖୋଲିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏନେଇ ହଇକୋର୍ଟ ପ୍ରଶାସନିକ ସ୍ପୋଶାଲ ଅଫିସର ସମସ୍ତ ଜିଲ୍ଲା ସେସନ ଜଜଙ୍କୁ ଅବଗତ କରିବା ସହ ଆବଶ୍ୟକ ଭିତିମୂମି ସମ୍ପର୍କରେ ଜଣାଇବାକିୁ କହିଛନ୍ତି । ଜେଏମଏମଫସି ପାଇଁ ରାଜ୍ୟର ୨୫ ଜିଲ୍ଲା ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୬ଟି କୋର୍ଟ, ଖୋର୍ଦ୍ଧା ଓ କେନ୍ଦୁଝରରେ ୫ ଲେଖାଏଁ, କୋରାପୁଟ ଜିଲ୍ଲାରେ ୩ ଟି କୋର୍ଟ, ମୟୂରଭଞ୍ଜ ଓ ଝାରସୁଗୁଡା ଜିଲ୍ଲାରେ ୩ ଟି ଲେଖାଏଁ କୋର୍ଟ ସାମିଲ ଅଛି ।