ରାଜ୍ୟରେ ୭୬% ଲୋକଙ୍କ ପାଖରେ ମୋବାଇଲ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷରୁ ଅଧିକ ହୋଇଛି । ପ୍ରାୟ ସାଢେ଼ ·ରି କୋଟି ଲୋକ ବାସ କରୁଥିବା ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ୭୬ ଜଣଙ୍କ ପାଖରେ ମୋବାଇଲ ରହିଛି । କିନ୍ତୁ ଜାତୀୟ ହାର (୮୭.୪୫%)ଠାରୁ ଓଡ଼ିଶା ଏବେ ବି ପଛରେ ରହିଛି । ଭାରତୀୟ ଦୂରସଂ·ର ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ, ଗତ ଜାନୁଆରୀରେ ରାଜ୍ୟର ମୋବାଇଲ ନେଟ୍ୱର୍କରେ ୧ ଲକ୍ଷ ୫୯ ହଜାର ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି । ଫଳରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩.୩୨ କୋଟିରୁ ଅଧିକ ହୋଇଛି । ଗତ ଜାନୁଆରୀରେ ରିଲାଏନ୍ସ ଜିଓ ୨.୮ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ହେଲେ ସରକାରୀ କମ୍ପାନୀ ବିଏସ୍ଏନ୍ଏଲ୍ ନେଟ୍ୱର୍କରେ ୭୬,୦୦୦ ନୂଆ ଗ୍ରାହକ ସାମିଲ ହୋଇଛନ୍ତି । କିନ୍ତୁ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆ ଅନେକ ଗ୍ରାହକ ହରାଇଥିବାରୁ ନୂତନ ଭାବେ ଯୋଡ଼ି ହୋଇଛନ୍ତି । ଫଳରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩.୩୨ କୋଟିରୁ ଅଧିକ ହୋଇଛି । ଗତ ଜାନୁଆରୀରେ ରିଲାଏନ୍ସ ଜିଓ ୨.୮ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ସରକାରୀ କମ୍ପାନୀ ବିଏସ୍ଏନ୍ଏଲ୍ ନେଟ୍ୱର୍କରେ ୭୬,୦୦୦ ନୂଆ ଗ୍ରାହକ ସାମିଲ ହୋଇଛନ୍ତି । କିନ୍ତୁ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଅନେକ ଗ୍ରାହକ ହରାଇଥିବାରୁ ନୂତନ ଭାବେ ଯୋଡ଼ି ହୋଇଥିବା ଗ୍ରାହକ ଏବଂ କଟିଥିବା ଗ୍ରାହକଙ୍କୁ ନେଇ ମୋଟାମୋଟି ହିସାବ କରିବା ପରେ ଜାନୁଆରୀରେ ୧.୫୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହୋଇଥିବା କୁହାଯାଇଛି । ଭାରତୀ ଏୟାରଟେଲ୍ ୧.୩୭ ଲକ୍ଷ ଓ ଭୋଡାଫୋନ୍ ଆଇଡିଆ ୫୯,୦୦୦ ଗ୍ରାହକ ହରାଇଛନ୍ତି ।

Leave A Reply

Your email address will not be published.

11 + 18 =