ରାଜ୍ୟରେ ୭ ମୁଣ୍ଡ ନେଲା କରୋନା


ଭୁବନେଶ୍ୱର- ରାଜ୍ୟରେ ପୁଣି ୭ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ୩, ବରଗଡ ୨, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସମ୍ବଲପୁରରୁ ପ୍ରାଣ ହରାଇଥିବା ୩ ଜଣଙ୍କ ବୟସ ଯଥାକ୍ରମେ ୭୫,୫୮ ଓ ୬୦ ରହିଛି । ସେହିପରି ବରଗଡର ୨ ଜଣଙ୍କ ବୟସ ଯଥାକ୍ରମେ ୬୫ ଓ ୭୬ ରହିଛି । ଭଦ୍ରକର ଜଣେ ୬୦ ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାରେ ମୃତ୍ୟୁ ବରଣ କରିଥିବା ବୃଦ୍ଧଙ୍କ ଘର ଭୁବନେଶ୍ୱର । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବେଳେ କରୋନାରେ ଏମାନଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୮ରେ ପଂହଚିଛି ।

Leave A Reply

Your email address will not be published.

4 × one =