ରାଜ୍ୟରେ ୯୦ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା


ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବଢିବାରେ ଲୠିଛି । ଅଗଷ୍ଟ ମାସରେ ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୩୩୮୪ ନୂଆ କରୋନା ପଜିଟଭି ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୨୮ ଓ ସ୍ଥାନୀୟ ସଂକ୍ରମିତ ୧୨୫୬ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୫୮୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରେ ୪୯୨ ରହିଛି । ସେହିପରି ଗଞ୍ଜାମ ୧୭୭, ଯାଜପୁର ୧୭୬, ଅନୁଗୁଳ ୧୩, ବାଲେଶ୍ୱର ୧୧୯, ବରଗଡ ୧୫୭, ଭଦ୍ରକ ୮୨, ବଲାଙ୍ଗିର ୯୯, ବୈଦ୍ଧ ୫, ଦେଓଗଡ ୧୬, ଢେଙ୍କାନାଳ ୬୦, ଗଜପତି ୯, ଜଗତସିଂହପୁର ୪୩, ଝାରସୁଗୁଡା ୯୪, କଳାହାଣ୍ଡି ୨୭, କନ୍ଧମାଳ ୫୮, କେନ୍ଦ୍ରାପଡା ୭୬, କେନ୍ଦୁଝର ୬୩, କେରାପୁଟ ୮୯, ମାଲକାନଗିରି ୪୪, ମୟୂରଭଞ୍ଜ ୧୭୭, ନବରଙ୍ଗପୁର ୩୧, ନୟାଗଡ ୭୬, ନୂଆପଡା ୧୯, ପୁରୀ ୨୧, ରାୟଗଡା ୧୫୪, ସମ୍ବଲପୁର ୧୮୨, ସୋନପୁର ୩୭, ସୁନ୍ଦରଗଡ ୧୦୧ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ ପଂହଚିଛି । ଏଯାବତ୍ ୬୨୮୧୩ ଆରୋଗ୍ୟଲାଭ କରିଛନ୍ତି ଓ ୨୭୬୭୨ଟି ଆକଟିଭ ମାମଲା ରହିଛି ।

Leave A Reply

Your email address will not be published.

seven + 9 =