ରାଜ୍ୟର ୨୯ ଜିଲ୍ଲାରୁ ୧୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତି କରୁଛି । ପ୍ରତ୍ୟକ ଦିନ ରେକର୍ଡ ସଂକ୍ୟା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୧୩୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ୮୧୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୫୨୩ ଲୋକାଲ କେସ୍ ରହିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୨୭, ଖୋର୍ଦ୍ଧା ୨୧୮, ଅନୁଗୁଳ ୪, ବାଲେଶ୍ୱର ୫୪, ବରଗଡ ୫୬, ଭଦ୍ରକ ୮୩, ବଲାଙ୍ଗିର ୨୭, ବୈଦ୍ଧ ୧୦, କଟକ ୭୬, ଢେଙ୍କାନାଳ ୧୪, ଗଜପତି ୨୦, ଜଗତସିଂହପୁର ୧୬, ଯାଜପୁର ୧୫, ଝାରସୁଗୁଡା ୬୭, କଳାହାଣ୍ଡି ୨୫, କନ୍ଧମାଳ ୧୬, କେନ୍ଦ୍ରାପଡା ୨୭, କେନ୍ଧୁଝର ୨୩, କେରାପୁଟ ୪୫, ମାଲକାନାଗିରି ୧୭, ମୟୂରଭଞ୍ଜ ୯, ନବରଙ୍ଗପୁର ୬, ନୟାଗଡ ୫୭, ନୂଆପଡା ୭, ପୁରୀ ୧୬, ରାୟଗଡା ୭୫, ସମ୍ବଲପୁର ୨୬, ସୋନପୁର ୧୪, ସୁନ୍ଦରଗଡ ୯୧ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮, ୭୯୬ ରେ ପଂହଚିଥିବା ବେଳେ ୩୩,୨୦ ସୁସ୍ଥ ହୋଇଛନ୍ତି ଓ ୧୫,୪୨୭ ଆକଟିଭ ମାମଲା ରହିଛି ।

Leave A Reply

Your email address will not be published.

16 − two =