ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କ କର୍ମଚାରୀ ନୁହଁନ୍ତି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେକୌଣସି ରାଜ୍ୟର ନିର୍ବାଚନ କମିସନର ରାଜ୍ୟ ସରକାରଙ୍କ ଅଧିକାରୀ ନୁହେଁ, ସ୍ୱାଧୀନ ବ୍ୟକ୍ତିବିଶେଷ ହେବା ଆବଶ୍ୟକ ବୋଲି ଆଜି ସୁପ୍ରିମ୍ କୋର୍ଟ ଗୋଆ ପୌର ନିର୍ବାଚନ ସମ୍ବନ୍ଧୀୟ ଏକ ମାମଲାର ବିଚାର କରି କହିଛନ୍ତି । ପୌର ପରିଷଦ ନିର୍ବାଚନର ପର୍ଯ୍ୟବେକ୍ଷଣ କରିବା ଲାଗି ଆଇନ୍ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିସନ୍ର ଭାବେ ନିଯୁକ୍ତ କରିଥିବା ଗୋଆ ସରକାରଙ୍କୁ ମଧ୍ୟ ସୁପ୍ରିମ କୋର୍ଟ ଭସôର୍ନା କରିଛନ୍ତି ।
ସୁପ୍ରିମକୋର୍ଟର ବିଚାରପତି ରୋହିଙ୍ଗଟନ୍ ଫାଲି ନରିମାନ୍ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗଣତନ୍ତ୍ରରେ ନିର୍ବାଚନ କମିସନ୍ର ସ୍ୱାଧୀନତା ସହ ସାଲିସ୍ କରାଯାଇ ପାରିବ ନାହିଁ । କ୍ଷମତାରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିସନ୍ର ଭାବେ ଅତିରିକ୍ତ ଦାୟିତ୍ୱ ଦେବା ସମ୍ବିଧାନ ପ୍ରତି ବିଦ୍ରୁପ । ଜଣେ ସରକାରୀ ଅଧିକାରୀ ସରକାରୀ ଚାକିରିରେ ଥାଇ ଗୋଆର ନିର୍ବାଚନ କମିସନ୍ର ଦାୟିତ୍ୱରେ ରହିବା ଘଟଣାକୁ ଏକ ଗୋଳମାଳିଆ ବୈଶିଷ୍ଟ୍ୟ ବୋଲି ବିଚାରପତି ନରିମାନ୍ କହିଛନ୍ତି । ମହିଳାଙ୍କ ନିମନ୍ତେ ଆସନ୍ ସଂରକ୍ଷଣ ନ ଥିବା କାରଣରୁ ହାଇକୋର୍ଟ ମାର୍ଗାଓ, ମାପୁସା, ମୋର୍ମୁଗାଓ, ସାଗୁଏମ୍ ଏବଂ କ୍ୱେପେମ୍ ଆଦି ୫ଟି ପୌରପାଳିକାରେ ନିର୍ବାଚନ ବାତିଲ କରିଥିଲେ । ଏହାକୁ ଚାଲେଞ୍ଜ କରି ଗୋଆ ସରକାର ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ । ମହିଳା ଏବଂ ଅନୁସୂଚିତ ଜାତି ବର୍ଗଙ୍କ ନିମନ୍ତେ ମୁନିସ୍ପାଲ୍ ୱାର୍ଡରେ ଆସନ୍ ସଂରକ୍ଷରରେ ଅନିୟମିତତା ହୋଇଥିବା ଦର୍ଶାଇ ଆଗତ ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ୫ଟି ଅଞ୍ଚଳରେ ନିର୍ବାଚନ ବାତିଲ୍ କରିବାକୁ ଆଦେଶ ଦେଇଥିଲେ ।

Leave A Reply

Your email address will not be published.

10 − 7 =