ରାଜ୍ୟ ପୋଲିସ ମୁଖ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ଗାନ

ଭୁବନେଶ୍ୱର,୩୦/୦୫- ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ “କୋଭିଡ-୧୯” ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ୩୦ତାରିଖ ଦିନରାଜ୍ୟ ବ୍ୟାପୀ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଛି । ଏହି ପରିପ୍ରେକ୍ଷିରେ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଜ୍ୟ ପୋଲିସ ମୂଖ୍ୟଳୟ,କ୍ରାଇମ ବ୍ରାଂଚ ଓ ରାଜ୍ୟ ମାନବାଧିକାର ସୁରକ୍ଷା ସେଲର ୭୦୦ରୁ ଉଦ୍ଧ୍ୱର୍ ଅଧିକାରୀ ଓ କର୍ମଚାରୀ କଟକର ବକ୍ସି ବଜାର ସ୍ଥିତ ରିଜର୍ଭ ପଡିଆ ଠାରେ ଅପରାହ୍ନ ଘ ୫.୩୦ ମି ସମୟରେ ଏକତ୍ରିତ ହୋଇ ସାମାଜିକ ଦୁରତା ଅବଲମ୍ବନ ସହ ସମବେତ “ବନ୍ଦେ ଉତ୍କଳ ଜନନୀ” ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ରାଜ୍ୟ ପୋଲିସର ପାଇପ ବ୍ୟାଣ୍ଡ ଦଳ ମଧ୍ୟ ଏଥିରେ ସାମିଲ ହୋଇ “ବନ୍ଦେ ଉତ୍କଳ ଜନନୀ”ସଂଗୀତର ଧୁମ ପ୍ରଦର୍ଶନ କରିଥିଲେ ।


ରାଜ୍ୟ ଅରକ୍ଷୀ ମହା ନିଦେ୍ର୍ଧଶକ ଅଭୟ ସିଂ,ରାଜ୍ୟ ମାନବାଧିକାର ସୁରକ୍ଷା ସେଲର ଅତିରିକ୍ତ ଡି.ଜି ଶ୍ରୀ ଏସ.ଏମ.ନରଭାଣେ ,ଅତିରକ୍ତ ଡି.ଜି ବିନୟ ତୋଷ ମିଶ୍ର , ସୈାମେନ୍ଦ୍ର ପି୍ରୟଦର୍ଶୀ,ଅଇଜି ରେଖା ଲୋହାନୀ, ଯତିନ୍ଦ୍ର କୋଏଲ ,ଅମିତେନ୍ଦ୍ର ନାଥ ସିହ୍ନା ,ପ୍ରବୀଣ କୁମାର ,ଏ.ଆଇ.ଜି ବିବେକାନନ୍ଦ ଶର୍ମାଙ୍କ ସମେତ ସମସ୍ତ ଏ.ଆଇ.ଜି, ସଂସ୍ଥା ଅଧିକାରୀ ,ଉପ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ସହକାରୀ ଦୁର୍ଗପତି ଦୀପକ କୁମାର ଗଡନାୟକ ଓ ସୁବେଦାର ଅଶୋକ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

five × two =