ରାମଗୋପାଲ ବର୍ମାଙ୍କ ଫିଲ୍ମରେ ଦୁଇ ଓଡ଼ିଆ ଯୁବ କଳାକାର

ଭୁବନେଶ୍ୱର- ଓଡ଼ିଆ ସୁନ୍ଦରୀ ଅପସରା ରାଣୀଙ୍କ ପରେ ଏବେ ଓଡ଼ିଆ ପୁଅଙ୍କୁ ସୁଯୋଗ ଦେଇଛନ୍ତି ବଲିୁଡ ନିର୍ଦେଶକ ରାମଗୋପାଲ ବର୍ମା । ସମ୍ପ୍ରତି ହାଇଦ୍ରାବାଦରେ ସୁଟିଂ ଚାଲିଥିବା ରାମୁଙ୍କ ‘ଥ୍ରୀଲର ‘ ଚଳଚିତ୍ରରେ ଅପ୍ସତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ନବରଙ୍ଗପୁ ଉମରକୋଟର ରକ୍ କାଚି । ସେ ଜଣେ ମଡେଲ । ପୂର୍ବରୁ ମିଷ୍ଟର ମହାରାଷ୍ଟ୍ର ହେବା ସହ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିଛି ଦିନ ପୂର୍ବରୁ ରାମୁ ଓଡ଼ିଆ ସୁନ୍ଦରୀ ଅପ୍ସରାଙ୍କୁ ଏହି ଚଳଚ୍ଚିତ୍ରରେ ସୁଯୋଗ ଦେବା ପରିପ୍ରେକ୍ଷୀରେ ଟ୍ୱଟ୍ରରେ ଓଡ଼ିଆ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତେବେ ଏହାକୁ ନେଇ ଓଡ଼ିଶାରେ ବେଶ୍ ପ୍ରତିକ୍ରିୟା ହୋଇଥିଲା ।

ଏହା ପରେ ରାମୁ ରକ ଙ୍କୁ ସୁଯୋଗ ଦେଇ ଓଡ଼ିଶାକୁ ପ୍ରଶଂସା କରିବା ସହ ଓଡ଼ିଶାର ଏଭଳି ଅଧିକରୁ ଅଧିକ ଅଭିନେତା -ଅଭିନେତ୍ରୀଙ୍କୁ ସେ ଦେଖିବାକୁ ଚାହାନ୍ତି ବୋଲି ସେ କହିଛନ୍ତି । ତେବେ ଉମରକୋଟରେ ଜନ୍ମିତ ରକ ଙ୍କ ବାପା ୟାସିନ୍ କାଚି ଓ ମା’ସୱାନ କାଚି । ବାପା ଜଣେ ବ୍ୟବସାୟୀ । ସେମାନେ ପ୍ରଥମେ ଛତିଶଗଡର କାଙ୍କେର ଠାରେ ରହୁଥିଲେ । ହେଲେ ଏବେ ମହାରାଷ୍ଟ୍ରର କୋହ୍ଲାପୁରରେ ଅବସ୍ଥାନ କରିଛନ୍ତି । ରକ ଙ୍କ ପଢାପଢି କୋହ୍ଲାପୁରରେ ହିଁ ହୋଇଛି । ସେ ଏମ୍ବିଏ ସମାପ୍ତ କରିଛନ୍ତି । ତେବେ କଲେଜ ପଢିଲା ବେଳେ ବେଶ ଭଲ ଆଙ୍କରିଂ କରୁଥିଲେ । ବିଭିନ୍ନ ମଂଚ କାର୍ଯ୍ୟକ୍ରମରେ ଆକର୍ଷଣ ସାଜୁଥିଲେ ରକ୍ । ତେବେ ରାମୁଙ୍କ ଚଳଚ୍ଚିତ୍ର ପାଇଁ ରକ୍ ଅଡ଼ିସନ ଦେଇଥିଲେ । ଏଥିରେ ସେ ମନୋନିତ ହେବା ପରେ ତାଙ୍କୁ ନେଇ ରାମୁ ସୁଟିଂ ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.

2 + 9 =