ନୂଆଦିଲ୍ଲୀ- ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ବ୍ୟବହା ହେବନି ଲୁହା । ରାଜସ୍ଥାନର ପାହାଡପୁରର ବାଲି ଓ ପଥରରେ ନିର୍ମିତ ହେବ ରାମଙ୍କ ମନ୍ଦିର । ମନ୍ଦିର ପଥରରେ ନିର୍ମାଣ କରାଗଲେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତିଷ୍ଟି ରହିବପାରିବ ବୋଲି ରମା ମନ୍ଦିର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି । ମନ୍ଦିର ନିର୍ମାଣ କାର୍ଯ୍ୟରେ ଆଇଆଇଟି ଚେନ୍ନାଇର ବେଷ୍ଟ ମାଇଣ୍ଡ ଓ ସେଂଟ୍ରାଲ ବିଲଡିଂ ରିସର୍ଚ ଇନଷ୍ଟିଟୁ୍ୟଟ ଲାଗିବେ ବୋଲି ସୂଚନା ଦେଇଛନ୍ତି । ଆସନ୍ତା ୩୬ରୁ ୪୦ ମାସ ମଧ୍ୟରେ ମନ୍ଦିର ନିର୍ମାଣ କାମ ଶେଷ ହେବ । ଆଜି ସେ ନେଇ ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ଦିଲ୍ଲୀଠାରେ ବସିଥିଲା । କେବେଠରୁ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ବୈଠକେର ସ୍ଥିର ହେବ ।