ପାଟନା- ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ୯ ସୁରକ୍ଷା କର୍ମଚାରୀ ରିପୋର୍ଟ ପଜିଟିଭ ଆସିଛି । ୭୨ ବର୍ଷୀୟ ଲାଲୁ ବର୍ତମାନ କେଲିି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଂଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଟୁ୍ୟଟ ଅଫ୍ ମେଡିକାଲ ସାଇନ୍ସରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ କୋଭିଡ ସଂକ୍ରମିତ ସଂଖ୍ୟା ବଢିଥିବାରୁ ତାଙ୍କୁ କେଶି ବଙ୍ଗଲୋକୁ ପଠାଯାଇଥିଲା । ଲାଲୁଙ୍କ ସୁରକ୍ଷା ପାଇଁ ସେଠାରେ ଏହି ସିକୁ୍ୟରିଟିଙ୍କୁ ମୁତୟନ କରାଯାଇଥିଲା । ଏବେ ସେମାନେ କରୋନା ପଜିଟିଭ ହୋଇଥିବା ଜଣାପଡିଛି ।