ରାହୁଲଙ୍କ ସମସ୍ତ ନିର୍ବାଚନ ସଭା ବାତିଲ

ନୂଆଦିଲ୍ଲୀ,: କରୋନାଭାଇରସ୍ ସଂକ୍ରମର ମାମଲା ବଢି ଚାଲିଥିବା ବେଳେ ବିଶାଳ ନିର୍ବାଚନ ପ୍ରଚାର ରାଲି କରୁଥିବା ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିବାର କିଛି ଘଂଟା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗ ପାଇଁ ନିର୍ଦ୍ଧାରିତ ତାଙ୍କର ସମସ୍ତ ସାଧାରଣ ସଭା ଆଜି ବାତିଲ କରିଛନ୍ତି ।
ଟୁଇଟ୍ କରି ସେ ଲେଖିଛନ୍ତି, କୋଭିଡ ପରିସ୍ଥିତି ଦୃଷ୍ଟିରୁ ପଶ୍ଚିମବଙ୍ଗରେ ଥିବା ମୋର ସମସ୍ତ ନିର୍ବାଚନ ରାଲି ବାତିଲ୍ କରୁଛି । ସାମ୍ପ୍ରତିକ ପରିସ୍ଥିତିରେ ସର୍ବସାଧାରଣରେ ବିଶାଳ ରାଲି ଆୟୋଜନ କରିବାର ପରିଣାମ ବିଷୟରେ ଗଭୀର ଚିନ୍ତନ ପାଇଁ ସମସ୍ତ ରାଜନେତାମାନଙ୍କୁ ମୋର ପରାମର୍ଶ ।
ଏହା ପୂର୍ବରୁ ରାହୁଲ ଗାନ୍ଧୀ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ୍‌ୁ ସମାଲୋଚନା କରିଥିଲେ । ଶନିବାର ଦିନ ତାଙ୍କ ରାଜନୈତିକ ରାଲିରେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ଜନତାଙ୍କୁ ପ୍ରଧାନମନ୍ତ୍ରୀ ଖୁବ ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଯେ, ୮ଟି ପର୍ଯ୍ୟାୟରେ ବିଭକ୍ତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରୁ ଆଉ ତିନୋଟି ପର୍ଯ୍ୟାୟ ବାକି ରହିଛି । ୬ଷ୍ଠ ୭ମ ଓ ୮ମ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ଏପ୍ରିଲ ୨୨, ୨୬, ଓ ୨୯ରେ କରାଯିବ । ମେ ମାସରେ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.

three × 4 =