ରେକର୍ଡ ଭାଙ୍ଗିଲା ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦେଶରେ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଜି ଦିନକରେ ୧,୦୩,୫୫୮ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଗତବର୍ଷକ ମଧ୍ୟରେ ସର୍ବାଧିକ । ସୂଚନାଯୋଗ୍ୟ ଯେ, ୨୦୨୦ ସେପ୍ଟେମ୍ବର ମାସ ୧୭ ତାରିଖ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯୭,୮୯୪ ହୋଇଥିଲା । ତେବେ ସେପ୍ଟେମ୍ବର ୧୮ ତାରିଖ ଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇଥିଲା । ମାତ୍ର ଗତ ବର୍ଷ ୭୬ ଦିନ ପରେ ଅର୍ଥାତ ଅଗଷ୍ଟ ୭ତାରିଖରେ ଦୈନଦିନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଥିଲା ବେଳେ ସେପ୍ଟେମ୍ବର ୧୭ରରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ଡେଇଁଥିଲା ବେଳେ ଚଳିତ ବର୍ଷ ମାତ୍ର ୨୫ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ପାର ହୋଇଛି । ଗତ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୫ ତାରିଖ ସୁଦ୍ଧା ୧ ଲକ୍ଷ ଅତିକ୍ରମ କରିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ଫ୍ରେବୃଆରୀ ମାସ ୧୨ ତାରିଖ ଦିନ ଦେଶରେ ଦୈନ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ତଳକୁ ଖସିଥିଲା ।
ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିବାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର । ପୂର୍ବରୁ ଆମେରିକାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷରୁ ଉଦ୍ଧ୍ୱର୍ ହୋଇଥିଲା ।
କାରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଗତ ୨୪ ଘଂଟା ମଧ୍ୟରେ ଦେଶରେ ପ୍ରଥମ କରି ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟପିଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୧୦୩,୫୫୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୭୮ ମୃତୁ୍ୟ ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୯, ୦୬୭ରେ ପହଞ୍ଚିଛି ।
ଗତ ୨୪ ଘଂଟାରେ ହୋଇଥିବା ୪୭୮ ମୃତୁ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ-୧୯ ଜନିତ ମୃତୁ୍ୟ ସଂଖ୍ୟା ୧,୬୫,୧୦୧ରେ ପହଞ୍ଚିଛି ।
ଗତ ୨୪ ଘଂଟାରେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୫୨, ୮୪୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୧୬,୮୨,୧୩୬ । ଏହାଛଡା ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭,୪୧,୮୩୦ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୭, ୯୧, ୦୫, ୧୬୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।
‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୪ ସୁଦ୍ଧା ସମୁଦାୟ ୨୪,୯୦,୧୯,୬୫୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହେଉଛି ୮,୯୩,୭୪୯ଟି ନମୁନା ।

Leave A Reply

Your email address will not be published.

six + 19 =