କଟକ- ଅପରାଧିକ ମାମଲାରେ ଜବତ ହୋଉଥିବା ଯାନବାହନ ଦୀର୍ଘଦିନ ଧରି ଖରା, ବର୍ଷାରେ ପଡି ନଷ୍ଟ ହେଉଛି । ଫଳରେ ଲକ୍ଷାଧିକ ଟଙ୍କାର ଗାଡି ଖତ ଖାଉଛି । ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରି ଓଡିଶା ହାଇକୋର୍ଟ କହିଛନ୍ତି ଦୀର୍ଘଦିନ ଧରି ଗାଡି ଗୁଡିକ ଖରା, ବର୍ଷାରେ ନପକାଇ ଆବଶ୍ୟକ ପଦକ୍ଷେପ ପରେ ଗାଡି ମାଲିକଙ୍କ ଜିମା ଦେବାରେ କୌଣସି ଅସୁବିଧା ନାହଁ । ତେଣୁ ତଦନ୍ତ ସମୟରେ କିମ୍ବା ଅଦାଲତରେ ଆବଶ୍ୟକ ସ୍ଥଳେ ମାଲିକ ଗାଡି ହାଜର କରାଇବେ ବୋଲି ନିର୍ଦେଶ ଦେଇଛନ୍ତି ।