ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳ ସ୍ଥର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ଦେଖିଦେଇଛି । ବାରିପଦା ସହର ଦେଇ ପ୍ରବାହିତ ଜରାଳି ଓ ସରାଳି ନଦୀରେ ବନ୍ୟା ସ୍ଥିତି ଦେଖିଦେଇଛି ।  ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ଦେଇ  ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଖିରୁ  ନିଦ ହଜି ଯାଇଛି ।  ତହସିଲଦାର, ଉପଜିଲ୍ଲାପାଳ ଓ ଏଡିଏମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସାନ ପ୍ରସ୍ତୁତ ଥିବା  କୁହାଯାଇଛି ।