ଲଣ୍ଠନରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର


ଭୁବନେଶ୍ୱର- ଲଣ୍ଡନରେ ନିର୍ମାଣ ହେବ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର । ଏଥିପାଇଁ ସ୍ଥାନ ଚିହ୍ନଟ ସରିିଛି । ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ ସାରିବାକୁ ଯୋଜନା ରହିଛି । ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବା ଓ ଜଗନ୍ନାଥଙ୍କ ମାହାତ୍ମକୁ ବିଶ୍ୱ ଦରବାରରେ ପଂହଚାଇବା ପାଇଁ ଏହା ହେଉଛି ଏକ ପ୍ରୟାସ । ଏହା ଓଡିଶାବାସୀଙ୍କ ପାଇଁ ଏକ ଗୌରବର କଥା । ଭିଡିଓ କନଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଉନ୍ମୋଚନ କରାଯାଇଛି । ଯେଉଁଥିରେ ଇଂଲଣ୍ଡରେ ରହୁଥିବା ଓଡିଶା ବ୍ୟକ୍ତି ବିଶେଷ, ଭାରତରେ ରହୁଥିବା ରାଜନେତା, କଳା, ସ୍ଥାପତ୍ୟରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ଏବଂ ବୃଦ୍ଧିଜୀବୀ ସାମିଲ ହୋଇଥିଲେ । ହଜାର ହଜାର ବର୍ଷ ତଳୁ ପୁରୀଠାରୁ ଆରମ୍ଭ କରି ବିଶ୍ୱର ବହୁ ଦେଶରେ ପ୍ରଭୁ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇ ସାରିଛି ।

Leave A Reply

Your email address will not be published.

five × four =