ନୂଆଦିଲ୍ଲୀ- ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲା ଠାରେ ପତକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ବୀର ସହିଦଙ୍କୁ ସମ୍ମାନ ଜଣାଇବା ସହିତ କରୋନା ଯୋଦ୍ଧାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଆଗକୁ ବଢିବା ପାଇଁ ଆଜିର ଦିନରେ ସଂକଳ୍ପ ନେବାକୁ ପଡିବ ବୋଲି ମୋଦୀ କହିଛନ୍ତି । ବିବିଧତା ମଧ୍ୟରେ ଏକତା ହେଉଛି ଆମ ସଂସ୍କୃତି । ଆମକୁ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ପଡିବ । ଗୋଟିଏ ପରିବାର ପାଇଁ ଯାହା ଦରକାର ତାହା ଦେତଶ ପାଇଁ ଦରକାର । ଦେଶର ପ୍ରତିଭା ଉପରେ ମୋର ଗଭୀର ଆତ୍ମବିଶଶ୍ୱାସ ରହିଛି । ପ୍ରଧାନମନ୍ତ୍ରୀ କୃଷକଙ୍କୁ ପ୍ରଶଂସା କରିଛନ୍ତି । ଦେଶବାସୀଙ୍କ ପେଟକୁ ଦାନା ଦେବା ପାଇଁ କୃଷକଙ୍କ ଭୂମିକା ଅତୁଳନୀୟ । ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଦେଶର ନୂଆ କ୍ରାନ୍ତି ଆଣିବ । ପ୍ରତି ଭାରତୀୟଙ୍କୁ ହେଲଥ୍ ଆଇଡି ଯୋଗାଇ ଦିଆଯିବ । ସମସ୍ତେ ନିଜର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ହେଲଥ୍ ଆଉଡିରୁ ପାଇ ପାରିବେ । କାଶ୍ମରୀ ପ୍ରସଙ୍ଗ ଉପରେ କହିଛନ୍ତି ଜାମ୍ମୁ-କାଶ୍ମରୀ ପୁନର୍ଗଠନକୁ ବର୍ଷେ ପୁରଣ ହୋଇଛି । ଜାମ୍ମୁ-କାଶ୍ମୀରରେ ଅଟକି ଯାଇଥିବା ବିକାଶ ସମ୍ଭବ ହୋଇଛି ଓ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି ।