ଶିକ୍ଷାବିତ୍ କ୍ଷୀତି ଭୂଷଣ ଦାସ ୟୁଜିସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିକଟରେ ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ ଉଚ୍ଚସ୍ତରୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି । ଏହି କମିଟିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୯ ଜଣିଆ ଶିକ୍ଷାବିତ୍ ରହିଛନ୍ତି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଓ ଉଚ୍ଚଶିକ୍ଷା ମାନ ଉପରେ ଏହି ଷ୍ଟାଣ୍ଡିଂ କମିଟି ବିଶେଷ ନଜର ରଖିବ । ଏହା ସହିତ ଏମ୍ ଫିଲ୍ ବା ପିଏଚ ଡି ଡିଗ୍ରୀ ପ୍ରଦାନ ପାଇଁ ସର୍ବନିମ୍ନ ମାନକ ଏବଂ ପ୍ରକ୍ରିୟା ଉପରେ ୟୁଜିସି ନିୟମାବଳୀର ଉଲ୍ଲଂଘନକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ ଏହି ଷ୍ଟାଣ୍ଡିଂ କମିଟି ସର୍ବଭାରତୀୟ ସ୍ତରରେ ପରାମର୍ଶ ଦେବ ।

Leave A Reply

Your email address will not be published.

17 − fourteen =