ଶୂନ ସଞ୍ଚୟ ଖାତାରୁ ବହୁ ବ୍ୟାଙ୍କ ଲୁଟିଲେଣି ୩୦୦ କୋଟି

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସମେତ ଅନ୍ୟାନ୍ୟ ବ୍ୟାଙ୍କ ଜିରୋ ଆକାଉଂଟ ବାଲାନ୍ସ କିମ୍ବା ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟରୁ ସର୍ଭିସ ଚାର୍ଜ ବାବଦକୁ ମନଇଚ୍ଛା ଟଙ୍କା ଆଦାୟ କରିଥିବା ଜଣାପଡିଛି । ଯାହାକି ଆରବିଆଇ ନିୟମକୁ ଉଲ୍ଲଂଘନ କରୁଛି । ଆଇଆଇଟି ବମ୍ବେ ଏକ ସର୍ଭେ କରି ଏଭଳି ରିପୋର୍ଟ ପ୍ରକାଶ କରିଛି ।
ଆଇଆଇଟି ବମ୍ବେର ରିପୋର୍ଟ ଅନୁଯାୟୀ ଏସବିଆଇ ଜିରୋ ବାଲାନ୍ସ ରଖୁଥିବା ଗ୍ରାହକ ୪ଥର ଟ୍ରାଞ୍ଜାକସନ୍ କରିବା ପରେ ପ୍ରତି ଟ୍ରାଞ୍ଜାକସନ୍ ପିଛା ୧୭.୭୦ ପଇସା ସର୍ଭିସ୍ ଚାର୍ଜ କାଟୁଥିବା ଦେଖିବାକୁ ମିଳିଛି । ଯାହାକି ବେଆଇନ୍ । ୨୦୧୫-୨୦ ମଧ୍ୟରେ ଏସବିଆଇ ୧୨ କୋଟି ବେସିକ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟସରୁ ସର୍ଭିସ୍ ଚାର୍ଜ ବାବଦକୁ ୩୦୦ କୋଟି ଟଙ୍କା ଆଦାୟ କରିଛି । ସେହିପରି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପାଖରେ ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟସ ଗ୍ରାହକ ୩.୯ କୋଟି ରହିଛନ୍ତି । ଏମାନଙ୍କ ପାଖରୁ ପିଏନ୍ବି ୯କୋଟି ଆଦାୟ କରିଥିବା ଷ୍ଟଡି ରିପୋର୍ଟରେ କୁହାଯାଇଛି ।
ଏହି ରିପୋର୍ଟ ବାବଦରେ ପ୍ରଫେସର ଆଶୀଷ ଗୁପ୍ତା କହିଛନ୍ତି, ଆରବିଆଇର ୨୦୧୩ ମସିହା ନିୟମ ଅନୁସାରେ ବେସିକ୍ ସେଭିଂସ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟସ ଗ୍ରାହକ ମାନେ ପ୍ରତିମାସରେ ୪ଥରରୁ ଅଧିକ ଥର ଟ୍ରାଞ୍ଜାକସନ୍ କଲେ ଅତିରିକ୍ତ ଦେୟ ଦେବାକୁ ପଡିବନି । ଯେତେପର୍ଯ୍ୟନ୍ତ ସେମାନେ ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଯ୍ ଆକାଉଂଟସ୍ ଶ୍ରେଣୀରେ ରହିଛନ୍ତି । ହେଲେ ଆରବିଆଇର ଏହି ନିୟମକୁ ଏସ୍ବିଆଇ, ପିଏନ୍ବି ଉଲ୍ଲଂଘନ କରିଛନ୍ତି ବୋଲି ସେ କହିଛନ୍ତି ।
ଏସ୍ବିଆଇ ପାଖରେ ବେସିକ୍ ସେଭିଂସ୍ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟ ଗ୍ରାହକଙ୍କ ସଂଖ୍ୟା ୧୨ କୋଟି ରହିଛି । ୨୦୧୮-୧୯ରେ ଏହି ଆକାଉଂଟରୁ ଏସବିଆଇ ୭୨ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୧୯-୨୦ରେ ୧୫୮ କୋଟି ଆୟ କରିଛି । ଆଉ ବାକି ଟଙ୍କା ୨୦୧୫ରୁ ୧୮ ମଧ୍ୟରେ ଏସ୍ବିଆଇ କାଟିଥିବା ଜଣାପଡିଛି ।

Leave A Reply

Your email address will not be published.

eleven − 11 =