ଉମରକୋଟ: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ । ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁ ରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତକାଲି ଏକ ପାତ୍ର ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଝରିଗାଁ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଶୌଚାଳୟ ନିର୍ମାଣରେ ଅନିୟମିତତା ହୋଇଥିବା ବେଳେ ଏଥିରେ ବିଡିଓ ଏବଂ କନିÂ ଯନ୍ତ୍ରୀଙ୍କ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ଉଭୟଙ୍କୁ ନିଲମ୍ବିତ କରାଯଇଥିବା ଦର୍ଶାଯାଇଛି । ସୂଚନାନୁଯାୟୀ, କିଛିଦିନ ତଳେ ଝରିଗାଁ ବ୍ଲକରେ ଶୌଚାଳୟ ନିର୍ମାଣରେ ଅନିୟମିତାକୁ ନେଇ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କ ବିରୋଧରେ ଶତାଧିକ ହିତାଧିକାରୀ ଝରିଗାଁ ଥନାରେ ଏତଲା ଦେଇଥିଲେ । ଗ୍ରାମାଂଚଳର ରିବେଶକୁ ସୁନ୍ଦର କରିବା ସହ ଗ୍ରାମ ଗୁଡିକୁ ବାହ୍ୟ ମଳମୂକ୍ତ ଗ୍ରାମ କରିବା ଉଦେ୍ଧଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ । ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇବା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ । କିନ୍ତୁ ହିତାଧିକାରୀଙ୍କ ନାମରେ ଆସିଥିବା ଶୌଚାଳୟ ଟଙ୍କାକୁ ହଡପ କରିଚାଲିଛନ୍ତି ଖୋଦ୍ ସରକାରୀ ବାବୁ । ଏଭଳି ସାଘାଂତିକ ଅଭିଯୋଗ ଜିଲ୍ଲାର ଝରିଗାଁ ବ୍ଲକରୁ ଆସିଥିବାବେଳେ ସେଠାରେ ୨୬,୩୫୫ ଗୋଟି ଶୌଚାଳୟ ନିର୍ମାଣ ବାବଦକୁ ଆସିଥିବା କୋଟି କୋଟି ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିଲା । ପିସି ବାବଦକୁ ଝରିଗାଁ ବିଡିଓ ୫ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଝରିଗାଁ ବିଡିଓ ଡି.ବାହାଦୁର ସିଂ ଧରୁଆ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ନେଇ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଗତ କିଛିଦିନ ତଳେ ଶତାଧିକ ହତିଧିକାରୀ ବିଡିଓଙ୍କ ବିରୋଧରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିଦେ୍ର୍ଧଶ କ୍ରମେ ନବରଙ୍ଗପୁର ପିଡି ଡିଆରଡିଏ ଉକ୍ତ ଅଂଚଳକୁ ଯାଇ ତଦନ୍ତ କରିଥିଲେ ଏବଂ ଗତକାଲି ରାଜ୍ୟ ସରକାର ଉଭୟ ବିଡିଓ ଏବଂ କନିÂ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।