ପୁରୀ- ପାନ ଓ ଗୁଟକା ଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ସେବାୟତ । ଯଦି କୌଣସି ସେବାୟତ ପାନ ଛେପ ପାକାଇ ଧରାପଡିଲେ ପ୍ରଥମ ଓ ଦ୍ୱିତୀୟ ଦିନରେ ୧୦୦୦ ଟଙ୍କା ତୃତୀୟ ଦିନରେ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ନୀତି ପ୍ରଶାସକ, ଅତିରିକ୍ତ ଏସ୍ପି ଓ ଶ୍ରୀମନ୍ଦିର କମାଣ୍ଡର ପ୍ରମୁଖଙ୍କୁ ନେଇ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ପାନ ଓ ଗୁଟକା ଯେପରି ମନ୍ଦର ଭିତରକୁ ନ ପଶେ ସେଥିପାଇଁ ଚାରି ଦ୍ୱାରରେ ଚେକିଂକୁ ଜୋରଦାର କରିବା ପାଇଁ ଶ୍ରୀମନ୍ଦିର ପୋଲିସଙ୍କୁ ନିର୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ମନ୍ଦିରର ୪୦୦ରୁ ଉଦ୍ଧ୍ୱ ସେବାୟତ ଓ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତେଣୁ ଯେପରି ସଂକ୍ରମଣ ଅଧିକ ନ ବ୍ୟାପେ ସେଥିପାଇଁ ନିୟମକୁ କଡାକଡା କରାଯାଇଛି । ପାନ ଛେପ ଦ୍ୱାରା ସଂକ୍ରମଣର ଆଶଙ୍କା କରାଯାଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।