ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ତଣ୍ଡ

ନୁଆଦିଲ୍ଲୀ: ଏଣିକି ରେଲୱେ ଷ୍ଟେସନ ଓ ଟ୍ରେନରେ ମାସ୍କ ନ ପିନ୍ଧିଲେ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ । ଷ୍ଟେସନ ପରିସରରେ ତଥା ଟ୍ରେନରେ ଯାତ୍ରା କରିବା ସମୟରେ ଯଦି ମାସ୍କ ପିନ୍ଧି ନଥିବେ କିମ୍ବା ଏହାକୁ ସଠିକ ରୁପେ ମୁହଁରେ ଘୋଡାଇ ରଖି ନଥିବେ ତେବେ ୫୦୦ ଟଙ୍କା ଫାଇନ ଦେବାକୁ ପଡିବ । କରୋନା ମହାମାରୀକୁ ଦୃଷ୍ଟିର ରଖି ରେଳ ମନ୍ତ୍ରାଳୟ ଏଭଳି ବଡ ନିଷ୍ପତି ନେଇଛି । ରେଳ ମନ୍ତ୍ରାଳୟର ସବୁ ଜୋନକୁ ଏହି ନିର୍ଦ୍ଦେଶ ଜାରି ହୋଇଛି । ନିର୍ଦ୍ଦେଶ ମୁତାବକ, ସମସ୍ତ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ ସମୟରେ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ସଟିକ ରୁପେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କେବଳ ଏତିକି ନୁହେଁ, ରେଳବାଇ ପରିଷ୍କାର ପରିଛନତାର ସହ ଯାତ୍ରୀ କିମ୍ବା ଅନ୍ୟକର୍ମଚାରୀଙ୍କ ଦ୍ୱାରା ଛେପ ପକାଇବାକୁ ମଧ୍ୟ ବାରଣ କରିଛି । ଯେଉଁମାନେ ଛେପ ପକାଇବେ ଓ ମାସ୍କ ନପିନ୍ଧିବେ ସେମାନଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ରେଳ ମନ୍ତ୍ରାଳୟ କହିଛି । ଦେଶରେ ଉଗ୍ର ହୋଇଛି କରୋନା ମହାମାରୀ । ଆସନ୍ତା ୬ମାସ ପାଇଁ ରେଳବାଇ ଏହି ନିର୍ଦ୍ଦେଶ ଜାରି କରିଛି ।

Leave A Reply

Your email address will not be published.

five + 20 =