ଅନୁଗୋଳ: ବୈଶାଖ ପୂର୍ଣ୍ଣିମା ଅବସରରେ ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ମହିମା ଧାମଠାରେ ସନ୍ଥ କବି ଭୀମ ଭୋଇଙ୍କ ୧୭୧ତମ ଜୟନ୍ତୀ ଅପରାହ୍ନ ଚାରି ଘଂଟା ସମୟରେ ଅନୁÂିତ ହୋଇ ଯାଇଛିା କରୋନା ମହାମାରୀ ଜନୀତ ତାଲାବନ୍ଦୀକୁ ଆଖିରେ ରଖି ସାମାଜିିକ ଦୂରତା ରଖି ମୁହଁରେ ମାସ୍କ ପିନ୍ଧି କବି ତଥା ମହିମା ଧର୍ମ ପ୍ରଚାରକ ଭୀମ ଭୋଇଙ୍କ ଉଦେ୍ଧଶ୍ୟରେ ପ୍ରଥମେ ବାବା ଚନ୍ଦ୍ରମଣୀ ଦାସ ଓ ବାବା ମୁରଲୀଧର ଦାସଙ୍କ ଦ୍ୱାରା ଅଖଣ୍ଡ ଦ୍ୱିପ ପ୍ରଜ୍ଜୋଳନ କରା ଯିବା ପରେ ଜଗତ କଲ୍୍ୟାଣ ଅର୍ଥେ ତଥା ଦେଶ ଓ ବିଶ୍ୱରୁ କରୋନା ମହାମାରୀ ହଟିଯିବା ପାଇଁ ମହିମା ଗୋସେଇଁଙ୍କ ଉଦେ୍ଧଶ୍ୟରେ ଘୃତାହୂତି ଦେଇଥିଲେ । ତାପରେ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ଉପଲକ୍ଷେ ଏକ ସ୍ମୃତିସଭା ଧାମ ପରିଚାଳନା କମିଟି ସଂପାଦକ ତଥା ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ଉପସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ସାମାଜିକ ଦୂରତା ମଧ୍ୟରେ ବସି ଅନୁÂିତ ହୋଇଥିଲା । ସନ୍ଥ କବି ଭୀମ ଭୋଇ ବିଶ୍ୱକୁ ଦେଇଯାଇଥିବା ବାର୍ତା ଆଜି ସମଗ୍ର ବିଶ୍ୱକୁ ଏକତା ସୁତ୍ରରେ ବାନ୍ଧି ରଖିବା ପାଇଁ ସେବା ଭାବ ଓ ଆତ୍ମ ଦର୍ଶନ କରିବାର ଆହ୍ୱାନ ତାଙ୍କୁ ଚିର ଅମର କରି ଯୁଗ ଯୁଗ ପାଇଁ ସବୁରି ହୃଦୟରେ ରହିଯିବେ । ଏକେଶ୍ୱରବାଦ ଓ ଅଲେଖ ନିରାକାର ବ୍ରହ୍ମ ଉପାସକ ଭାବେ ବିଶ୍ୱକୁ ଯେଉଁ ଶିକ୍ଷା ତାଙ୍କରି କବିତା ମାଧ୍ୟମରେ ଦେଇ ଯାଇଛନ୍ତି, ତା’ ହିଁ ତାଙ୍କରି ପାଣ୍ଡିତ୍ୱର ପ୍ରମାଣ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଉକ୍ତ ସ୍ମୃତି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗାରବନ୍ଧ ଗ୍ରାମ ପଂଚାୟତର ସରପଂଚ ବସନ୍ତ କୁମାର ମହାଳିକ, ଉପଦେଷ୍ଟା ଗୋପାଳ ନାଥ, ନାଟ୍ୟକାର ଉପେନ୍ଦ୍ର ଶର୍ମା, ପରିଷଦର ସାଧାରଣ ସଂପାଦକ ଦୁଷ୍ମନ୍ତ ସାହୁ, ପରିଷଦର ସଂଗଠନ ସଂପାଦକ ବିଜ୍ଞାନୀ ବେହେରା, ଅକ୍ଷୟ କୁମାର ସାହୁ, କରୁଣା କର ସାହୁ ପ୍ରମୁଖ କିଛି ଭକ୍ତ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ ।