ସବୁଦିନ ପାଇଁ ବନ୍ଦହେଲା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟକୁ ଶନିବାର ସବୁଦିନ ପାଇଁ ବନ୍ଦ କରାଯାଇଛି । ଏ ନେଇ ଟତବିଟର ସେଫଟି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆମେରିକାର ସଂସଦ ( କ୍ୟାପିଟାଲ ବିଲ୍ଡିଂ ) ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାଂ ପୂର୍ବରୁ ଟ୍ରମ୍ପଙ୍କ ଟ୍ୱିଟର ଆକଉଂଟକୁ କିଛି ଘଂଟା ପାର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ଏବଂ ଆଗକୁ ସବୁଦିନ ପାଇଁ ୍ତାଙ୍କ ଆକାଉଂଟକୁ ରିଭୁ୍ୟ କରିବା ପରେ କମ୍ପାନୀ ଏପରି ନିଷ୍ପତି ନେଇଥିବା ଜଣାପଡିଛି । ଟ୍ରମ୍ପ ବାରମ୍ବାର ତାଙ୍କ ନିୟମ ଭଙ୍ଗ କରୁଥିବା ଟ୍ୱିଟର କହିଛି । ତେବେ ପୂର୍ବରୁ ଫେସବୁକ ମଧ୍ୟ ବୁଧବାର ଦିନ ନିୟମ ଉଲଘଂନ ଅଭିଯୋଗ ଆଣି ଟ୍ରମ୍ପଙ୍କ ପେଜକୁ ୨୪ ଘଂଟା ପର୍ଯ୍ୟନ୍ତ ବ୍ଲକ କରିଥିଲେ ଯେ, ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପର୍ଯ୍ୟନ୍ତ ଦେଶର ବର୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ବ୍ୟବହାର କରିପାରିବେ ନାହିଁ । ଆସନ୍ତା ଜାନୁଆରୀ ୨୦ ତାରିଖକୁ ଆମେରିକାରେ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସୂଚନାନୁସାରେ, ଆମେରିକର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହେବା ପରେ ବି କ୍ଷମତା ହସ୍ତାନ୍ତର କରିବାକୁ ଉଚ୍ଛୁକ ନାହାନ୍ତି, ଯେଉଁଥିପାଇଁ ଦେଶରେ ଏବେ ଅରାଜକତା ସୃଷ୍ଟି ହୋଇଛି । ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ ୱାଶିଂଟନ ଡିସିରେ ଥିବା କ୍ୟାପିଟାଲ ବିଲ୍ଡିଂରେ ପ୍ରବେଶ କରି ହିଂସା ଘଟାଇଥିଲେ । ପୁଲିସ ସହ ସଂଘର୍ଷ ଫଳରେ ୪ ଜଣଙ୍କର ମୃତୁ୍ୟ ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ଦେଶରେ ୧୫ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.

10 + ten =