ସବୁ ହସ୍ପିଟାଲରେ ହେବ ଅଗ୍ନି ନିରାପତା ଅଡିଟ୍ ଓ କିମିଟି


ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ହସ୍ପିଟାଲର (ସରକାରୀ, ବେସରକାରୀ ସହିତ କୋଭିଡ୍ ହସ୍ପିଟାଲ) ଅଗ୍ନୀ ନିରାପତା ଅଡିଟ୍ ହେବ । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଏକ କମିିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ହସ୍ପିଟାଲ ଗୁଡିକର ଅଗ୍ନୀ ନିରାପତା ଉପରେ ଟିକିନିଖି ନଜର ରଖିବା ପାଇଁ ନୋଡାଲ୍ ଅଫିସର ନିଯୁକ୍ତ କରିବା ପାଇଁ କୋର୍ଟ କହିଛନ୍ତି । ଯିଏକି ଉତରଦାୟୀ ରହିବେ । ଏଥିପାଇଁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ଗାଇଡଲାଇନ୍ ତିଆରି କରିବାକୁ କହିଛନ୍ତି । ଏଥିସହ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ କାମରି ବରତୀ ରଖିବାକୁ କହିଛନ୍ତି । ଏପ୍ରିଏ ମାସରୁ କୋଭିଡ୍ ପାଇଁ ସ୍ୱାସ୍ଥ୍ୟକର୍ମୀ ଅନବରତ ସେବା ଯୋଗାଇ ଆସୁଛନ୍ତି । ତେଣୁ ଗୋଟିଏ ଶୃଙ୍ଖଳା ତିଆରି କରିବାକୁ ଅଦାଲତ୍ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ତରଫରୁ ଏନେଇ କୋର୍ଟରେ ପକ୍ଷ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହେଟା । ସେ କହିଛନ୍ତି ଦୁଇ ଦିନ ମଧ୍ୟରେ କେନ୍ଦ୍ର ଏବାବଦରେ ନିଷ୍ପତି ନେବ । ସୂଚନାଯୋଗ୍ୟ, ଗୁଜରାଟର ରାଜକୋଟ ହସ୍ପିଟାଲରେ ନିଆଁ ଲାଗିଯିବାରୁ ଅନେକ ରୋଗୀଙ୍କର ମୃତୁ୍ୟ ଘଟିଥିଲା । ନଭେମ୍ବରରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଏନେଇ ରୂପାଣୀ ସରକାରଙ୍କୁ ରିପୋର୍ଟ ମାଗିଥିଲେ କୋର୍ଟ । ଏନେ କୋର୍ଟ ନିଜ ଆଡୁ ଏହି ମାମଲାରେ ହସ୍ତକ୍ଷେପ କରି ଶୁଣାଣି କରିଛନ୍ତି ।

Leave A Reply

Your email address will not be published.

fifteen − 2 =