ଭୁବନେଶ୍ୱର- ଏଣିକି ସମୁଦ୍ରକୁ ଯିବନି ଆଉ ଅଯଥା ଜଳ । ସେଥିପାଇଁ ରାଜ୍ୟରେ ଜଳ ସଂରକ୍ଷଣ ପାଇଁ ଆରମ୍ଭ ହେବ । ଶିଳ୍ପ କ୍ଷେତ୍ରକୁ ଯେପରି ପର୍ଯ୍ୟାନ୍ତ ପାଣି ମିଳିବ ସେ ଦିଗରେ ଆଜି ଇଡିକୋ ଓ ଜଳ ସମ୍ପଦ ବିଭାଗ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି । ସମୁଦ୍ରକୁ ଅଯଥା ଜଳ ନ ଛାଡିବାକୁ ୧୩ଟି ନୂତନ ବ୍ୟାରେଜ ନିର୍ମାଣ କରାଯିବ । ଏଥିପାଇଁ ଏକ ହଜାର କୋଟି ଟଙ୍କା ବ୍ୟୟ ହେବ । ଏହ ଦ୍ୱାରା ଅଣମୌସୁମୀ ସମୟରେ ଜଳର ଅଭାବ ରହିବ ନାହିଁ । ଶିଳ୍ପ,ଜଳ ସେଚନ, କୃଷି, ବିଦ୍ୟୁତ ଓ ପାନୀୟ ଜଳ ବ୍ୟବହାର ହେବ । ଆସନ୍ତା ୬ ବର୍ଷ ଭିତରେ ଆହୁରି ଅନେକ ବ୍ୟାରେଜ ନିର୍ମାଣ ହେବ ।