ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନ ଦାଖଲ କରି ଧାରଣରେ ବସିବା ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଦିଲ୍ଲୀର ଶାହିନ୍ ବାଗରେ ନାଗରିକା ସଂଶୋଧନ ଅଧିନିୟମ (ସିଏଏ) ନେଇ ଦିର୍ଘଦିନଧରି କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇ କହିଛନ୍ତି ଯେ, ଶାହିନ୍ ବାଗ ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଅନିଦ୍ଧିଷ୍ଟ କାଳ ପାଇଁ ପ୍ରଦର୍ଶନ କରାଯାଇପାରିବ ନାହିଁ । ଲୋକମାନଙ୍କର ଯିବା- ଆସିବାରେ ଅଧିକାର ବନ୍ଦ ହୋଇପାରିବ ନାହିଁ । ବିରୋଧ କରିବାର ଅଧିକାର ଏବଂ ଯିବା-ଆସିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବାର ଆବଶ୍ୟକତା ରହିଛି । ନିଦ୍ଧିଷ୍ଟ ସ୍ଥାନରେ ଏହି ପ୍ରତିବାଦ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି ।
ଉଳ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ କେନ୍ଦ୍ର ସରକାର ସଂସଦରେ ନାଗରିକତା ସଂଶୋଦନ ଅଧିନିୟମ (ସିଏଏ) ବିଲ୍ ପାସ କରିଥିଲେ, ଯେଉଁଥିରେ ପାକିସ୍ଥାନ, ଆଫଗାନିସ୍ଥାନ ଏବଂ ବାଂଲାଦେଶରୁ ଆସୁଥିବା ଧାର୍ମିକ ସଂଖ୍ୟାଲଘୁମାନଙ୍କୁ
ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା ।ସର୍ବସାଧାରଣ ସ୍ଥାନରେ
ଧର୍ମ ଆଧାରରରେ ଏହି ଆଇନ୍ ବଂଟନ କରାଯାଇଥିବା ଦାବି କରି ଦିଲ୍ଲୀରୁ ଶାହିନ୍ ବାଗ ପର୍ଯ୍ୟନ୍ତ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ବାଗରେ ବସି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ । କିନ୍ତୁ ପରେ କରୋନା ମହାମାରୀ ଆସିବା ଲକଡାଉନ୍ ଆରମ୍ଭ ହେବାରୁ ଲୋକେ ଧାରଣାରୁ ଉଠିଥିଲେ ।
ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହାର ଶୁଣାଣି କରି ସର୍ବସାଧାରର ସ୍ଥାନ ଏବଂ ରାସ୍ତା ଅନିଦ୍ଧିଷ୍ଟ କାଳ ପାଇଁ ଦଖଲ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କେବଳ ନିର୍ଦ୍ଧିଷ୍ଟ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯିବା ଉଚିତ୍ । ଅଦାଲତ ଏହା ମଧ୍ୟ କହିଛନ୍ତିି ଯେ, ଯାତ୍ରା କରିବାର ଅଧିକାର ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇପାରିବ ନାହିଁ ।