ସାକ୍ଷୀ ଦେଶର ସର୍ବ କନିଷ୍ଠ ପାଇଲଟ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ସାକ୍ଷୀ କୋଚ୍ଚର ଦେଶର ସବୁଠାରୁ କନିଷ୍ଠ କମର୍ସିଆଲ ପାଇଲଟ୍ ହେବାର ଗୌରବ ହାସଲ କରିଛନ୍ତି । ୨୦୦୫ ମେ ୩୦ରେ ଜନ୍ମ ଗ୍ରହଣ କରିଥିବା ସାକ୍ଷୀ ମାତ୍ର ୧୮ବର୍ଷ ବୟସରେ ବାଣିଜ୍ୟିକ ବିମାନ ଉଡାଣ ଲାଗି ପାଇଲଟ୍ ଲାଇସେନ୍ସ ହାସଲ କରିଛନ୍ତି । ଏହା ପୂର୍ବରୁ ମୈତ୍ରୀ ପଟେଲ ୧୯ବର୍ଷ ବୟସରେ ପାଇଲଟ ହେବାର ଗୌରବ ହାସଲ କରିଥିଲେ । ମୈତ୍ରୀଙ୍କ ରେକର୍ଡକୁ ସାକ୍ଷୀ ଭାଙ୍ଗିଛନ୍ତି । ଉଭୟ ମୈତ୍ରୀ ଓ ସାକ୍ଷୀ କ୍ୟାପଟେନ ଏକେ ମାନେକଙ୍କ ଅଧୀନରେ ପ୍ରଶିକ୍ଷଣ ନେଇଥିଲେ । ସାକ୍ଷୀ ନିଜର ୭ମାସ ୧୫ ଦିନର ପ୍ରଶିକ୍ଷଣରେ ବିମାନ ଉଡାଣ ଅବଧି (ଫ୍ଲାଇଙ୍ଗ ଆୱାର) ଲକ୍ଷ୍ୟକୁ ହାସଲ କରିପାରିଥିଲେ । ସେ ତାଙ୍କର ୧୮ତମ ଜନ୍ମଦିନ ୨୦୨୩ ମେ ୩୦ରେ ନିଜର କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଥିଲେ ।

Leave A Reply

Your email address will not be published.

fourteen − 4 =