ସାଢେ ୩ଲକ୍ଷ ଡେଇଁଲା କରୋନା : ୨୮୧୨ ମୃତ

ନୂଆଦିଲ୍ଳୀ: ଦେଶରେ କରୋନାଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ଲକ୍ଷ ୫୨ ହଜାର ଉପରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁ୍ଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୩,୫୨,୯୯୧ କରୋନା ଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨,୮୧୨ ମୃତୁ୍ୟ ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୭୩,୧୩, ୧୬୩ରେ ପହଞ୍ଚିଛି ।
ଗତ ୨୪ ଘଂଟାରେ ହୋଇଥିବା ୨,୮୧୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ-୧୯ ଜନିତ ମୃତୁ୍ୟ ସଂଖ୍ୟା ୧,୯୫,୧୨୩ରେ ପହଞ୍ଚିଛି ।
ଗତ ୨୪ ଘଂଟାରେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨,୧୯,୨୭୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୪୩,୦୪,୩୮୨ । ଏହାଛଡା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୮,୧୩,୬୫୮ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସନ୍ଧ୍ୟା ସମୁଦାୟ ୧୪,୧୯,୧୧,୨୨୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।
ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଏପ୍ରିଲ୍ ୨୫ ସୁଦ୍ଧା ସମୁଦାୟ ୨୭, ୯୩,୨୧,୧୭୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୪,୦୨,୩୬୭ ଟି ନମୁନା । ।

Leave A Reply

Your email address will not be published.

2 × four =