ସାମାଜିକ ଦୁରତା ରକ୍ଷା ନ କଲେ ମାସକରେ ଜଣେ ଆକ୍ରାନ୍ତ ୪୦୬ ଜଣଙ୍କୁ କରିପାରିବ ସଂକ୍ରମିତ

ନୁଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର୍ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ କୋଭିଡ-୧୯ ନିୟମ ସମାଜିକ ଦୁରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କେନ୍ଦ୍ର ସରକାର ଆଜି କଡାଚେତାବନୀ ଦେଇଛନ୍ତି । ଏହା ସହ କରୋନା ଭୁତାଣୁ ଠାରୁ ଦୁରେଇ ରହିବା ପାଇଁ ମାସ୍କ ଏବଂ ସାମାଜିକ ଦୁରତା ଆବଶ୍ୟକୀୟ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଏବ ଅଗ୍ରୱାଲ କହିଛନ୍ତି ଯେ, ଯଣେ କରୋନା ଆକ୍ରାନ୍ତ ସମାଜିକ ଦୁରତା ପଦକ୍ଷେପ ଅନୁସରଣ ନକରେ, ତେବେ ୩୦ ଦିନ ମଧ୍ୟରେ ଆକ୍ରାନ୍ତ ବ୍ୟକ୍ତି ଜଣକ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ । ଯଦି ଜଣେ କରୋନା ଆକ୍ରାନ୍ତ ତାର ବାହାରକୁ ବାହାରିବା ୫୦% ହ୍ରାସ କରନ୍ତି,ତେବେ ବ୍ୟକ୍ତି ଜଣକ ୩୦ ଦିନରେ ୧୫ଜଣଙ୍କୁ ସଂକ୍ରମିତ କରିପାରିବ । ଯଦି ସଂକ୍ରମିତ ବ୍ୟକ୍ତି ଜଣକ ବାହାରକୁ ବାହାରିବା ୭୫% ହ୍ରାସ କରନ୍ତି ତେବେ ସେ ୩୦ଦିନରେ ୨.୩ ଲୋକଙ୍କୁ ସଂକ୍ରମିତ କରିବ । ଏହା ସହସେ ପୁଣି ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ମାସ୍କ ପିନ୍ଧିବା ଦ୍ୱାରା କରୋନା ଆକ୍ରାନ୍ତ ହେବାର ଆଶଙ୍କା ଅନେକାଂଶରେ କମ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

eighteen + fourteen =