ନୂଆଦିଲ୍ଲୀ- କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀ ଭାରତ ବନ୍ଦ ଡାକରା କରିଛନ୍ତି । ଅଲ ଇଣ୍ଡିଆ କୃଷକ ସଂଘ, ଭାରତୀୟ କିସାନ ୟୁନିଅନ, ଅଲ ଇର୍ଡିଆ କିସାନ ମହାସଙ୍ଗ ଏବଂ ଅଲ ଇଣ୍ଡିଆ କିସାନ ସଂଗଠନ ସମନ୍ୱୟ କମିଟି ଏହି ବନ୍ଦ ଡାକରାର ନେତୃତ୍ୱ ନେଉଛନ୍ତି । ଚାଷିଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଅନ୍ୟାନ୍ୟା ରାଜନୀତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । କୃଷି ସମ୍ବନ୍ଧୀୟ ତିନୋଟି ବିଲକୁ ଅସାମ୍ବିଧାନିକ ଏବଂ ଗଣତନ୍ତ୍ରିକ ପ୍ରକ୍ରିୟାର ବିରୋଧ ବୋଲି କଂଗ୍ରେସ ପାର୍ଟି କହିଛି । ଏହି ବିଲକୁ ଆଗାମୀ ଦିନରେ ବିରୋଧୀ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ କୃଷି ବିଲ ବିରୋଧରେ ୨୫ ସେପ୍ଟେମ୍ବରରେ ଭାରତ ବନ୍ଦ ସମୟରେ କୃଷକମାନଙ୍କ ସହ କଂଗ୍ରେସ ଛିଡା ହେବ । ସଂସଦରେ ୩ଟି କୃଷି ବିଲ ପାରିତ ହେବା ପରଠାରୁ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି ।