ଲକ୍ଷ୍ନୌ : ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ପରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ଅନେକ ଜିଲ୍ଲାରେ ସିଏଏ ବିରୋଧରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ସମୟରେ ହିଂସା ମଧ୍ୟ ଦେଖାଯାଇଥିଲା । ଏହି ହିଂସା ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ଅଡୁଆ ବଢିଯାଇଛି । ଏହି ମାମଲାରେ ୟୁପି ପୁଲିସ ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଯାଇଛି । ଲକ୍ଷ୍ନୌ ତଥା ଅନ୍ୟାନ୍ୟ ଜିଲ୍ଲାରେ ହିଂସା ଓ ଅଗ୍ନିକାଣ୍ଡ ମାମଲାରେ ମୋଟ ୪୭୫୧ ଜଣ ଆନେ୍ଦାଳନକାରୀଙ୍କ ବିରୋଧରେ ୟୁପି ପୁଲିସ ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟରେ ମଧ୍ୟ ଅଗ୍ନିକାଣ୍ଡ ଯୋଗୁ ଅଭିଯୁକ୍ତକୁ କ୍ଷକ୍ଷତିପୂରଣ ଦେବାକୁ କୁହାଯାଇଛି । ୟୁପି ସରକାର ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ ହିଂସା ଘଟାଇଥିବା ଲୋକଙ୍କୁ ଛଡାଯିବା ନାହିଁ । ସୂଚନାନୁଯାୟୀ ଯେ, ସିଏଏ ବିରୋଧ ସମୟରେ ହିଂସା ସୃଷ୍ଟି ହୋଇଥିଲା । ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ମଧ୍ୟ ଗୁଳି ଚଳାଇଥିଲେ । ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ସରକାରୀ ତଥା ଅଣ- ସରକାରୀ ସମ୍ପତିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ସିଏଏ ବିରୋଧ ପ୍ରଦର୍ଶନ ସମୟରେ କୋଟି କୋଟି ସମ୍ପତି ନଷ୍ଟ ହୋଇଥିଲା । ଯୋଗୀ ସରକାର ଏ ସମ୍ପର୍କରେ କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ । ପୂର୍ବରୁ ଏହି ମାମଲାରେ ପୁଲିସ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିଲା । ରାଜଧାନୀ ଲକ୍ଷେ୍ନøରେ ହିଂସା ଏବଂ ଅଗ୍ନିକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ପୋଷ୍ଟର ମଧ୍ୟ ବିଭିନ୍ନ ଛକରେ ଲଗାଯାଇଛି ।